ଆମ ରାଜ୍ୟର କୁନି ପ୍ରତିଭା
କଟକ - ବଣ ମଲି ବଣରେ ଫୁଟି ଝଡିଯିବା ପରି ଅନେକ ପ୍ରତିଭା ଲୋକ ଲୋଚନ କୁ ଆସୁଥିବା ବେଳେ ଅନେକ ଲୁଚି ଯାଉଛି । ସେଇଭଳି ଏକ କୁନି ପ୍ରତିଭା କାକଟପୁର ର ଆରାଧ୍ୟା ଦୀକ୍ଷିତ । ବୟସ ୯ ବର୍ଷ , ବାପା ଆଲୋକ ଦୀକ୍ଷିତ , ମା ପରିମିତା ପଣ୍ଡା। ଆରାଧ୍ୟା MOTHERS PUBLIC SCHOOL , BBSR ରେ ପଢନ୍ତି । ବୟସ ୯ ବର୍ଷ କିନ୍ତୁ ପ୍ରତିଭା ଅନେକ । ସାରା ଓଡ଼ିଶା ରୁ ୭ ରୁ ୯ ବର୍ଷ BATCH ର JUNIOR MISS INDIA GRAND FINAL କୁ ଏକ ମାତ୍ର ପିଲା ଆରାଧ୍ୟା ଦୀକ୍ଷିତ ଙ୍କୁ ଚୟନ କରାଯାଇ ଥିଲା । ସାରା ଦେଶରୁ ୩୦ ଜଣକୁ ଚୟନ କରାଯାଇଥିଲା । ଏହି ପ୍ରତିଯୋଗିତା ମୁମ୍ବାଇ ଠାରେ ଆୟୋଜନ କରାଯାଇ ଥିଲା । ଆରାଧ୍ୟା ଦୀକ୍ଷିତ ୯ ବର୍ଷ ବୟସରେ JUNIOR MISS INDIA GRAND FINAL ରେ ଯୋଗଦେଇ BEST PERFORMANCE CERTIFICATE ଓ BEST PERFORMANCE CROWN ପାଇଛନ୍ତି । ଏହା ଆମ ରାଜ୍ୟ ପାଇଁ ଏକ ଗର୍ବ ଓ ଗୌରବର ବିଷୟ । ପିତା ମାତା ଙ୍କର ଆଶୀର୍ବାଦ ଓ ପ୍ରେରଣା ରେ ପ୍ରଭାବିତ ହୋଇ କୁନି ପ୍ରତିଭା ଆମ ରାଜ୍ୟ ପାଇଁ ଗୌରବ ମଣ୍ଡନ କରିଛନ୍ତି । ପ୍ରଭୁ ଜଗନ୍ନାଥ ତାଙ୍କର ସମସ୍ତ ଆଶା ଓ ସ୍ୱପ୍ନକୁ ପୂର୍ଣ୍ଣ କରନ୍ତୁ ବୋଲି ସାକ୍ଷୀଗୋପାଳ ନିୟୁଜ ପରିବାର ପକ୍ଷରୁ ପ୍ରାର୍ଥନା କରାଯାଇଛି। କଟକରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୬/୪/୨୦୨୩----୭,୧୦ Sakhigopal News,26/4/2023