Breaking News

ଶହୀଦଙ୍କ ଦଶାହ ଦିବସରେ କବିତା ପାଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ, ପରିବାରଙ୍କୁ ମାନପତ୍ର ପ୍ରଦାନ



ସାକ୍ଷୀଗୋପାଳ ------  ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତର ଖଣ୍ଡାୟତ ସାହିର ଶହୀଦ ଯବାନ ଦେବାଶିଷ ବିଶ୍ୱାଳଙ୍କ ଦଶାହ ଦିବସରେ ବକୁଳବନ ମହୋତ୍ସବ କମିଟି ପକ୍ଷରୁ  ଗାଇବାଟିଆ ସ୍ଥିତ କ୍ୟାଲଣମଣ୍ଡପ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ସହିତ କବିତା ପାଠ ଉତ୍ସବ ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମକୁ ଅତିଥି ଭାବେ ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ, ଡ. ପ୍ରତିଭା ମହାରଥୀ , ଇ-୨୪ ମେଡିକାଲର ପ୍ରତିଷ୍ଠାତା ଇଂ ରାଜେଶ ମିଶ୍ର ଓ ବକୁଳବନ ମହୋତ୍ସବର କମିଟିର ଉପଦେଷ୍ଟା ତଥା କବି ସଚ୍ଚିକାନ୍ତ ବିଶ୍ୱାଳ ଯୋଗ ଦେଇ ଶହୀଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି  ଅମର ଆତ୍ମାର ସଦଗତି କାମନା କରିବା ସହ ନୀରବ ପ୍ରାର୍ଥନା କରାଯାଇଥିଲା ।  ଅତିଥି ମାନେ  କହିଥିଲେ ଯେ ବୀର ଶହୀଦ ଯବାନଙ୍କର ବଳିଦାନ କେବେ ବ୍ୟର୍ଥ ଯିବ ନାହିଁ  ନାହିଁ ବୋଲି କହିବା ସହ ଶହୀଦଙ୍କ ପରିବାରଙ୍କୁ ସମବେଦନା ଜଣାଇଥିଲେ । ସେହିପରି ଡ; ପ୍ରତିଭା ମହାରଥୀ ତାଙ୍କ ବକ୍ତବ୍ୟରେ  କହିଥିଲେ ଶହୀଦଙ୍କର କେବେ ମୃତ୍ୟୁ ନାହିଁ, ସେ ଚିରକାଳ ଅମର । ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବକୁଳବନ ମହୋତ୍ସବ କମିଟର ସଭାପତି ସାଧୁଚରଣ ବେହେରା  ସଭାପତିତ୍ୱ କରିଥିଲେ । ଅନୁଷ୍ଠିତ କବିତା ପାଠ ଉତ୍ସବରେ  କବୟତ୍ରିୀ ବିଶାଖା ଦେବୀ , କବି ପାଣ୍ଡବ ମହାରଣା, ଡ. ଯୋଗେନ୍ଦ୍ର ନାୟକ, ଜିତେନ୍ଦ୍ର ପଣ୍ଡା, ଦୀନକୃଷ୍ଣ ପ୍ରଧାନ, ଅଭୟ ଚରଣ ସାହୁ, ଫକୀର ଚରଣ ଦାସ, କୃପାନିଧି ପ୍ରଧାନ, ଉପେନ୍ଦ୍ର ପ୍ରଧାନ, ଅନୁଷ୍ଠାନର ସମ୍ପାଦକ ଯଯାତି କେଶରୀ ରାୟ, ଉପସଭାପତି ଲକ୍ଷ୍ମୀପ୍ରସାଦ ପାଣି, ସୁଜତା ବେଦୀ ଙ୍କ ସହିତ ସମିତିସଭ୍ୟା ପୁଷ୍ପାଞ୍ଜଳି ବିଶ୍ୱାଳ ଶହୀଦଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହିତ ଏକ ମାନପତ୍ର ପ୍ରଦାନ କରିଥିଲେ । କବିତା ପାଠ ଉତ୍ସବକୁ ସଂଯୋଜନା କରିଥିଲେ କବୟତ୍ରୀ ସୁଜତା ବେଦୀ  ଓ ଆଇନଜୀବୀ ଉପେନ୍ଦ୍ର କୁମାର ବିଶ୍ୱାଳ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ବକୁଳବନ ମହୋତ୍ସବ କମିଟିର ସମ୍ପାଦକ ଯଯାତି କେଶରୀ ରାୟ ।  ସେହିପରି  ଏକାଦଶାହରେ ଉକ୍ତ ଗ୍ରାମରେ ଶହୀଦଙ୍କ ସ୍ମୃତି ଉଦ୍ଦ୍ୟେଶରେ ସତ୍ୟବାଦୀ ସେବା ଟ୍ରଷ୍ଟ ପକ୍ଷରୁ ଏକ ମେଗା ରକ୍ତ ଦାନ ଶିବର ଆୟୋଜନ କରାଯାଉଛି ବୋଲି ଅନୁଷ୍ଠାନର ସମ୍ପାଦକ ସୁଶାନ୍ତ କୁମାର ରଥଙ୍କ ଠାରୁ ସୁଚନା ମିଳିଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୪/୨୦୨୩---୭,୧୦   Sakhigopal News, 29/4/2023

Blog Archive

Popular Posts