ଦୁର୍ଦିନ ଅବସ୍ଥାରେ "ପ୍ରାଣୀ ଚିକିତ୍ସାଳୟ' ଏକ ମାତ୍ର ଡାକ୍ତରଙ୍କୁ ନେଇ ଚାଲିଛି ଚିକିତ୍ସାଳୟ' ମହଜୁଦ ନାହିଁ ଔଷଧ
ଜଟଣୀ-----ଜଟଣୀ ବ୍ଲକ ଅଧୀନରେ ଥିବା ୧୫ ଟି ପଞ୍ଚାୟତ ଏବଂ ପୌରପରିଷଦ ଅଧୀନରେ ଥିବା ୨୩ ଟି ୱାର୍ଡରେ ଗୃହ ପାଳିତ ପ୍ରାଣୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ଦ୍ୱାରା ସ୍ଥାପିତ ଏକ ମାତ୍ର 'ପ୍ରାଣୀ ଚିକିତ୍ସାଳୟ 'ଦୁର୍ଦିନ ଅବସ୍ଥାରେ ପଡ଼ିରହିଛି l ସୂଚନା ମୁତାବକ ଗତ "ଫନି' ରେ ପ୍ରଭାବରେ ଭାଙ୍ଗି ପଡ଼ିଥିବା "ପ୍ରାଣୀ ଚିକିତ୍ସାଳୟ"ଆଜି ପର୍ଯ୍ୟନ୍ତ ପୁନଃରୁଦ୍ଧାର ହୋଇ ପାରିଲାନାହିଁ l ପ୍ରାଣୀ ଚିକିତ୍ସାଳୟର ନାମ ଫଳକ ନଥିବା ଫଳରେ ତାର ପରିଚୟ ହଜିଯିବାକୁ ବସିଲାଣି l ୧୫ ଟି ପଞ୍ଚାୟତ ଏବଂ ୨୩ ଗୋଟି ୱାର୍ଡ ପାଇଁ ଏକ ମାତ୍ର ଡାକ୍ତର l ଆହୁରି ୩ ଟି ପଦପି ଯଥା (୧). ଅତିରିକ୍ତ ପଶୁ ଚିକିତ୍ସା ସୁପେରଭାଇଜର (୨). ଭ୍ରାମ୍ୟମାଣ ପଶୁ ଡାକ୍ତର. (୩). ଚିକିତ୍ସାଳୟ ମୁଖ୍ୟ ଡାକ୍ତର ପଦପି ବର୍ତ୍ତମାନ ଖାଲି ପଡିଛି l ତା ସାଙ୍ଗକୁ 9 ଟି ପଶୁପାଳନ ବିତରଣ ସହାୟକ ଅଧିକାରୀ ପଦପି ଖାଲି ପଡିଥିବାରୁ ଗ୍ରାମାଞ୍ଚଳରେ ପାଳିତ ପଶୁପକ୍ଷୀଙ୍କ ସୁରକ୍ଷା ହୋଇପାରୁନାହିଁ l ସାଧାରଣ ଲୋକଙ୍କ ଦ୍ୱାରା ପାଳିତ ଗୃହପାଳିତ ପଶୁ ବିରାଡ଼ି, କୁକୁରଙ୍କ କୌଣସି ସ୍ୱାସ୍ଥ୍ୟ ଖରାପ ହେଲେ ସଂଗେ ସଂଗେ 'ପ୍ରାଣୀ ଚିକିତ୍ସାଳୟ'କୁ ନେଇ ଚିକିତ୍ସିତ କରନ୍ତି । କିନ୍ତୁ ଚାଷୀଙ୍କ ଦ୍ୱାରା ପାଳିତ ଗାଈ,ବଳଦ, ଛେଳି, ମେଣ୍ଢା ଆଦି ପଶୁଙ୍କୁ ଚିକିତ୍ସାଳୟକୁ ନେଇ ଚିକିତ୍ସିତ କରାଇବା ସମ୍ଭବପର ନୁହେଁ l ତେଣୁ ଗାଈଗୋରୁଙ୍କୁ କୌଣସି ରୋଗ ହେଲେ ଚିକିତ୍ସା ପାଇଁ ନିଜ ଘରକୁ ଆସିବା ପାଇଁ ଖବରଦେଲେ ଚିକିତ୍ସାଳୟ ରେ ଏକ ମାତ୍ର ଡାକ୍ତର ହେତୁ ଆସିବା ସମ୍ଭବପର ହୋଇନଥାଏ l ବେଳେ ବେଳେ ଚିକିତ୍ସା ଅବହେଳାରୁ ମୃତ୍ୟୁ ମୁଖରେ ପଡନ୍ତି l ଏତେ ବଡ଼ ପରିସର ମଧ୍ୟରେ ଜଣେ ମାତ୍ର ଡାକ୍ତର ଜଟଣୀ ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ ଏବଂ ଜାଆଁଳାରେ ଏକ ମାତ୍ର ଭିଏସ - ଡାକ୍ତରାଣୀ ଅଛନ୍ତି l ସବୁ କାର୍ଯ୍ୟ ତୁଲାଇବା ତାଙ୍କ ପକ୍ଷେ ସମ୍ଭବ ହୋଇପାରିନଥାଏ l ଡାକ୍ତରଙ୍କୁ ସହଯୋଗ ପାଇଁ ସଫିସେଣ୍ଟ ଷ୍ଟାଫ ନାହାନ୍ତି ଏବଂ ପ୍ରଚୁର ପରିମାଣର ଔଷଧ ମହଜୁଦ ନାହିଁ l ସରକାରଙ୍କ ଦ୍ୱାରା ଘୋଷିତ ବିଭିନ୍ନ ଯୋଜନା କାହା ସ୍ୱାର୍ଥରେ l ନିର୍ବାଚନ ଆସିଲେ ମାଳ ମାଳ ନେତା ସାଙ୍ଗକୁ କୁଜି ନେତା ଆବିର୍ଭାବ ହୋଇଥାଆନ୍ତି l ଭୋଜିଭାତ, ମେଳା ମହୋତ୍ସବ ରେ ହାଜିର ହୋଇଯାନ୍ତି ନେତା l କିନ୍ତୁ ସାଧାରଣ ଜନତାଙ୍କ ହିତ ପାଇଁ କୌଣସି ଚିନ୍ତା ବା ସମୟ ନଥାଏ l ଗୋଟିଏ ବୋଲି ପ୍ରାଣୀ ଚିକିତ୍ସାଳୟ ହଜି ଯିବାକୁ ବସିଲାଣି କିନ୍ତୁ କୌଣସି ନେତା ବା କୁଜି ନେତାଙ୍କ ଦୃଷ୍ଟି ନାହିଁ l ଏଥିପ୍ରତି ସରକାରଙ୍କ ୫ଟି ସରକାର ଏବଂ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ଅଧିକାରୀ ଏବଂ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଜଣସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି। ଏକ ମାତ୍ର "ପ୍ରାଣୀ ଚିକିତ୍ସାଳୟ' କୁ ପୁନଃରୁଦ୍ଧାର କରିବାକୁ ବୁଦ୍ଧିଜୀବୀଙ୍କ ମତ ପ୍ରକାଶ ପାଇଛି l
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୪/୨୦୨୩---୮,୪୦ Sakhigopal News,26/4/2023