Breaking News

କୋଟଗଡ ବନାଞ୍ଚଳ ତରଫରୁ ଏକ ଜନ ସଚେତନତା


କନ୍ଧମାଳ ---   କୋଟଗଡ ବନାଞ୍ଚଳ ତରଫରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କୋଟଗଡ ରେଞ୍ଜର ସୂର୍ଯ୍ୟକାନ୍ତ ବେହେରା ଙ୍କ ତତ୍ୱାବଧାନ ରେ ମାସ୍କଟ ମାଧ୍ୟମ ରେ କୋଟଗଡ ଠାରେ ସଚେତନତା କରାଯାଇଛି l କୋଟଗଡ଼ ସାପ୍ତାହିକ ହାଟ ରେ  ଜନ ସାଧାରଣ ଏବଂ ଉଠା ଦୋକାନୀ ଙ୍କୁ ଲିଫଲେଟ ମାଧ୍ୟମ ରେ ଜଙ୍ଗଲ ରେ ନିଆଁ ନ ଲଗେଇବାକୁ ବନ ବିଭାଗ ପକ୍ଷରୁ ନିବେଦନ କରାଯାଇଥିଲା l କୋଟଗଡ ବନାଞ୍ଚଳ ତରଫରୁ ପ୍ରକୃତିର ସବୁଜିମା କୁ ଅକ୍ଷୁର୍ଣ୍ଣ ରଖିବାକୁ ହେଲେ ଜନ ସଚେତନତା ସହ ଜନସାଧାରଣ ଙ୍କ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି କୋଟଗଡ଼ ରେଞ୍ଜର ସୂର୍ଯ୍ୟକାନ୍ତ ବେହେରା କହିଛନ୍ତି l ଏହି କାର୍ଯ୍ୟକ୍ରମ ରେ କୋଟଗଡ ବନ ବିଭାଗ ର ସମସ୍ତ କର୍ମଚାରି ସହ ଫରେଷ୍ଟର ପ୍ରଭାତ ଦୋରା  ଉପସ୍ତିତ ଥିଲେ I ଏଥି ସହ ଜଙ୍ଗଲ ରେ ନିଆଁ ଲାଗିଲେ ତୁରନ୍ତ କଂଟ୍ରୋଲ ରୁମ କୁ  ଜଣାଇବାକୁ କୋଟଗଡ଼ ବନ ବିଭାଗ ପକ୍ଷରୁ ଜଣସାଧାରଣଙ୍କୁ ନିବେଦନ କରାଯାଇଥିଲା l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୨/୪/୨୦୨୩----୬,୧୦ Sakhigopal News,22/4/2023

Blog Archive

Popular Posts