Breaking News

ଧର୍ମପୟାଣ ମହିଳା ସତ୍ୟଭାମାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ ଓ ପୁସ୍ତକ ଉନ୍ମୋଚିତ



ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମର ପଣ୍ଡିତ ସଚ୍ଚିଦାନନ୍ଦ ମହାପାତ୍ରଙ୍କ ଧର୍ମପତ୍ନୀ ତଥା ବାସ୍ତୁବିତ ଦେବୀପ୍ରସାଦ ମହାପାତ୍ରଙ୍କ ମାତା ସତ୍ୟଭାମା ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ତାଙ୍କ ବାସଭବନ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ସତ୍ୟଭାମା ସାହିତ୍ୟ ପୁସ୍ତକ ଅତିଥି ଓ କବି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।  ପରିବାର ପକ୍ଷରୁ ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ମର୍ଦ୍ଧିତ କରାଯାଇଥିଲା । ଅତିଥି ଭାବେ  ସାହିତ୍ୟକ ଓ ଭାଷାବିତ କୈଳାସ ଚନ୍ଦ୍ର ଟିକାୟତ ରାୟ, ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, କଥାଶିଳ୍ପୀ ଅଜୟ ସ୍ୱାଇଁ, ସାହିତ୍ୟକ ଓ ସଂଳାପ ଲେଖକ ଡ. ରଜନୀରଞ୍ଜନ, ପକ୍ଷୀଘରର ସମ୍ପାଦକ ବନୋଜ ତ୍ରିପାଠୀ ଓ ପିୟପତ୍ରର ସମ୍ପାଦକ ବିପିନି ବିହାରୀ ଦଳେଇ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ନିମନ୍ତ୍ରିତ କବି କବୟତ୍ରୀ ମାନେ କବିତା ପାଠ କରିଥିଲେ । ଏହି କବିତା ପାଠ ଉତ୍ସବକୁ ସଂଯୋଜନା କରିଥିଲେ ଶର୍ବାଣୀ ଦାସ, କବି ମାନସ ପଟ୍ଟନାୟକ, ଗବେଷକ ତଥା ସହିତ୍ୟକ ଭୀମସେନ ମହାପାତ୍ର, କଳାପ୍ରେମୀ ରମେଶ ଚନ୍ଦ୍ର ପଲେଇଙ୍କ ସହିତ ବିଜୟ ପଟ୍ଟନାୟକ ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୪/୨୦୨୩---୭.୨୦   Sakhigopal News, 19/4/2023

Blog Archive

Popular Posts