Breaking News

ପ୍ରବଳ ଗରମ ଯୋଗୁଁ ଆସିପାରିଲେନି ଲୋକ , ଅଭିଯୋଗ ଶୁଣାଣୀରେ ହେଲା ମାତ୍ର 84 ଅଭିଯୋଗ



ଜଟଣୀ----
ଜଟଣୀ ବ୍ଲକ ସଭାଗୃହରେ ସୋମବାର ଦିନ ଖୋର୍ଦ୍ଧା ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି |ପ୍ରବଳ ଗରମ ଯୋଗୁଁ ଅଭିଯୋଗ ସଂଖ୍ୟା ୩ ଅଙ୍କ ଛୁଇଁ ନଥିଲ। ମାତ୍ର 84 ଟି ଅଭିଯୋଗ ହୋଇଥିଲା |72 ଟି ବ୍ୟକ୍ତିଗତ ଅଭିଯୋଗ,8 ଟି ଗ୍ରାମ୍ୟ ସମସ୍ୟା ଏବଂ 4 ଟି ଅନ୍ୟାନ୍ୟ ସମସ୍ୟା କୁ ନେଇଥ୍ୟ ଅଭିଯୋଗ ହୋଇଥିଲା |ତେବେ ଅସହ୍ୟ ଗୁଳୁଗୁଳି ସହ ତାପମାତ୍ରା ଅଧିକ ଥିବାରୁ ଜଟଣୀ ବ୍ଲକର ବିଭିନ୍ନ ପଞ୍ଚାୟତ ଅଞ୍ଚଳରୁ ଲୋକେ ଅଭିଯୋଗ ନେଇ ଯାଇ ପାରିନାହାନ୍ତି |ଯେମିତିକି ଜଟଣୀ ବ୍ଲକ ଜାମୁକୋଳି ପଞ୍ଚାୟତ ମୁଣ୍ଡଳ ଗ୍ରାମରେ ପାନୀୟ ଜଳ ସମସ୍ୟା କୁ ନେଇ ଗ୍ରାମର ମହିଳା ମାନେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ରେ ପହଞ୍ଚିବାର ଥିଲା |କିନ୍ତୁ ଜଟଣୀ ଅଞ୍ଚଳରେ ତାପମାତ୍ରା ପାଖାପାଖି 40 ଡିଗ୍ରୀ ଥିବା ବେଳେ ଅସହ୍ୟ ଗୁଳୁଗୁଳି ହେବା ଯୋଗୁଁ ମହିଳା ମାନେ ଅଭିଯୋଗ ଶିବିର କୁ ଆସି ପାରିନଥିଲେ |ଖବର ନେବାରେ ଜଣାପଡିଛି ମୁଣ୍ଡଳ ଗ୍ରାମରେ 7 ନମ୍ବର ୱାର୍ଡରେ ଦୀର୍ଘ ୨ ମାସ ହେଲାଣି ପାଇପ ଯୋଗେ ପାଣି ଆସୁନି |ପାଖାପାଖି ଶହେ ଟ୍ୟାପ ଲାଗିଛି ଅଥଚ କେଉଁଥିରେ ବି ପାଣି ଟୋପେ ଆସୁନି |ଘଟଣା ବାବଦରେ ସରପଞ୍ଚ, ବିଡ଼ିଓ ସମସ୍ତଙ୍କୁ ଜଣାଇବା ପରେ ମଧ୍ୟ ସମସ୍ୟା ସମାଧାନ ହୋଇ ପାରୁନି | ସେପଟେ ସ୍ଥାନୀୟ ଜାମୁକୋଳି ସରପଞ୍ଚ ଙ୍କୁ ପଚାରିବାରେ କୁହନ୍ତି ସେହି ୱାର୍ଡରେ ଏକ ପାଣି ଟ୍ୟାଙ୍କରରେ ପାଣି ଦିଆଯାଉଛି |କିନ୍ତୁ ବାସ୍ତବରେ ପ୍ରାୟ 100 ପରିବାର କୁ ଗୋଟିଏ ଟ୍ୟାଙ୍କର ପର୍ଯ୍ୟାପ୍ତ ହେଉ ନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି  | ଯାହା ବି ହେଉ ଗ୍ରାମର ମହିଳା ମାନେ ଜିଲ୍ଲାପାଳ ଙ୍କ ନିକଟକୁ ଖୁବ ଶୀଘ୍ର ଯିବେ ବୋଲି ଜଣାପଡିଛି |
     ତେବେ ଆଜିର ଜନ ଅଭିଯୋଗ ଶୁଣାଣି ରେ 2 ଟି ଅଭିଯୋଗର ତ୍ୱରିତ ଫଇସଲା କରାଯାଇଥିବା ସୂଚନା ମିଳିଛି |ଭୁବନେଶ୍ୱର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ବେଉରା, ଖୋର୍ଦ୍ଧା ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକ ଦିଗନ୍ତ ରାଉତରାୟ, ଜଟଣୀ ବିଡ଼ିଓ ସରୋଜ ରାଉତ, ତହସିଲଦାର ରୁମାନା ଜାଫ୍ରି, ବ୍ଲକ ଅଧକ୍ଷା ଜୟନ୍ତୀ ଛୋଟରାୟ, ପୌର ଅଧକ୍ଷ ଅନନ୍ତ ବେହେରା ପ୍ରମୁଖ ଏହି ଶିବିର ରେ ଉପସ୍ଥିତ ଥିଲେ | ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୪/୨୦୨୩----୧୦,୧୦ Sakhigopal News,17/4/2023

Blog Archive

Popular Posts