Breaking News

ସତ୍ୟବାଦୀରେ ଅଦିନିଆ କୁହୁଡିକୁ ନେଇ ଲୋକମାନେ ଭୟଭୀତ

  


ସାକ୍ଷୀଗୋପାଳ----  ବୈଶାଖ ମାସରେ ସତ୍ୟବାଦୀରେ ଘନ କୁହୁଡି ଦେଖିବାକୁ ମିଳିଛି । ଏପରିକି ପୁଷ ଓ ମାଘ ମାସରେ ଯେପରି ଘନ କୁହୁଡି ଦେଖିବାକୁ ମିଳିଥାଏ ଠିକ ସେହିପରି ଆଜି ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଏପରିକି ଏହି କୁହୁଡି ଯୋଗୁ ରାସ୍ତା ଘାଟ ନ ଦିଶିବା ସହିତ ଗଛ ପତ୍ରରୁ ବର୍ଷା ହେଲା ପରି ଟପଟପ ପାଣି ପଡୁଥିବାର ଦେଖାଯାଇଥିଲା । ବିଶେଷ କରି ସାକ୍ଷୀଗୋପାଳ- ଅଳଗୁମ ରାସ୍ତାରେ ଭୋର ୫ଟା ଠାରୁ ସକାଳ ୭ଟା ପର୍ଯ୍ୟନ୍ତ ଏହି ଘନ କୁହୁଡ ଦେଖିବାକୁ ମିଳିଥିଲା । ଏହାକୁ ନେଇ ଲୋକମାନେ ଆଚମ୍ଭିତ ହେବା ସହ ବିଭିନ୍ନ କଥା ଚା ଖଟିରେ ଶୁଣିବାକୁ ମିଳିଥିଲା । କେତେଜଣ କହିଥିଲେ କୁହୁଡି ହୋଇଛି ମାନେ ବହୁ ଶିଘ୍ର କାଳବୈଶାଖି ହେବ, ଆଉ କେତେଜଣ କହନ୍ତି ଖରାର ତାତି ଆହୁରି ବଡିଯିବ । କିଛି ଲୋକମାନେ କହନ୍ତି ସବୁ ଓଲଟ ପାଲଟ ହେଉଛି ବିଶେଷ କରି ଜଳବାୟୁ ପରିବର୍ତ୍ତନ ହେବା ଯୋଗୁ ବୈଶାଖ ମାସରେ କୁହୁଡି ଦେଖିବାକୁ ମିଳିଛି ବୋଲି ବୁଦ୍ଧିଜୀବୀ ମାନେ କହନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୪/୨୦୨୩---୭,୨୦  Sakhigopal News, 13/4/2023

Blog Archive

Popular Posts