ଭଞ୍ଜନଗର :---- ଡିଏଭି ପିଟି.ଏସ୍ .ଆର୍ ପବ୍ଲିକ୍ ସ୍କୁଲ ପରିସରରେ 'ମହାତ୍ମା ହଂସରାଜ ଦିବସ ' ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀଙ୍କ ଅଧ୍ଯକ୍ଷତାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।ଶ୍ରୀମତୀ ମମିତା ତ୍ରିପାଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଦ୍ୟାଳୟର ହିନ୍ଦୀ ଶିକ୍ଷୟିତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ଡାକୁଆଙ୍କ ଶ୍ରୀ କରକମଳରେ ଦୀପ ପ୍ରଜ୍ଜଳିତ କରିଥିଲେ। ଶ୍ରୀମାନ୍ ଗୋପାଳକୄଷ୍ଣ ଗୌଡ଼ ଏହିଦିବସ ପାଳନର ମହତ୍ତ୍ବ ଅତ୍ୟନ୍ତ ସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ ।ତତ୍ ସହିତ ହୋମ ମଧ୍ଯ କରାଯାଇଥିଲା । ସୁଶ୍ରୀ ସୁଭଦ୍ରା ପାଢ଼ୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ଅତ୍ୟନ୍ତ ସରସ ସୁନ୍ଦର ହୋଇପାରିଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୪/୨୦୨୩, ୭,୩୫ Sakhigopal News,20/4/2023
ଡିଏଭି ପବ୍ଲିକ୍ ସ୍କୁଲରେ ମହାତ୍ମା ହଂସରାଜ ଜୟନ୍ତୀ ପାଳନ
Reviewed by
sakhigopal news
on
18:09
Rating:
5