ଓଡ଼ିଆ ବିଶ୍ୱବିଦ୍ୟାଳୟର ନିର୍ମାଣ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସରିବ
ସାକ୍ଷୀଗୋପାଳ------ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ ଜିଲା ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ନିକଟରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନିର୍ମାଣ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବ ବୋଲି ଓଡ଼ିଆ ବିଶ୍ୱବିଦ୍ୟାଳୟ ର ପ୍ରୋଜେକ୍ଟ ଅଫିସର ତଥା ଓଡ଼ିଶା ସେତୁ ନିର୍ମାଣ ନିଗମ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢୀଙ୍କ ଠାରୁ ପ୍ରକାଶ । ୨୦୧୮ ମସିହା ଅକ୍ଟୋବର ନଅ ତାରିଖ ଗୋପବନ୍ଧୁ ଙ୍କ ଜୟନ୍ତୀ ଦିନ ରାଜ୍ଯର ୩୦ଟି ଜିଲା ରୁ ମାଟି ସଂଗ୍ରହ କରାଯାଇ ମୁଖ୍ଯମନ୍ତ୍ରୀ ଙ୍କ ଦ୍ୱାରା ବକୁଳବନ ନିକଟରେ ସତ୍ଯବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ଏଥିପାଇଁ ୯ ଏକର ୬୦ ଡିସିମିଲ ଜମି ସାକ୍ଷୀଗୋପିନାଥ ଦେବ ଙ୍କ ଜମି ରାଜ୍ଯ ଦେବୋତ୍ତର ବିଭାଗ ନିକଟରୁ ନିୟମ ଅନୁଯାୟୀ ଖରିଦ କରାଯାଇଥିଲା । ପ୍ରଥମ ପର୍ଯ୍ଯାୟରେ ଭିତିଭୂମି ନିର୍ମାଣ କରିବାପାଇଁ ସରକାରଙ୍କ ପକ୍ଷରୁ ୩୦କୋଟି ୩୦ଲକ୍ଷ ୩ହଜାର ୩ଶହ ୩ଟଙ୍କା ବ୍ୟୟବରାଦ କରାଯାଇ ଥିଲା । ଏହି କାମ ଓଡିଶା ସେତୁ ନିର୍ମାଣ ନିଗମ ଦାୟିତ୍ୱରେ ବିଶ୍ୱବିଦ୍ୟାଳୟର ନିର୍ମାଣ କାମ ଭୁବନେଶ୍ୱର ର ଆଚାର୍ଯ୍ୟ ବ୍ରଦର୍ସ କନଷ୍ଟ୍ରକସନ କମ୍ପାନୀ କରୁଛି । ଇତିମଧ୍ୟରେ ଛାତ୍ରାବାସ, ସ୍କୁଲଅଫ ଲନିଂ , ଆଡମିନି ବ୍ଲକ, ପାଠାଗାର, ଆଦି ର ନିର୍ମାଣ କାମ ସରିଥିବା ବେଳେ ଫିନସିଙ୍ଗ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚାରିପଟେ ପାଚେରୀ ନିର୍ମାଣ କାମ ସରିଛି । ସେହିପରି ବିଶ୍ୱବିଦ୍ୟାଳୟ କ୍ଯାମ୍ପସ ପରିସରରେ ରାସ୍ତା ଓ ଡ୍ରେନ ନିର୍ମାଣ କାମ ଆରମ୍ଭ ହେଉଥିବା ଦେଖିବାକୁ ମିଳିଛି । ପାନୀୟ ଜଳଯୋଗାଣ ଓ ବିଦ୍ଯୁତ କରଣ ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ପ୍ରଶାସନିକ ନିର୍ଦ୍ଦେଶ ଦିଆଯାଇଥିବା ବିଶେଷ ସୁତ୍ରରୁ ଜଣାପଡିଛି । ଅନ୍ୟ ପକ୍ଷରେ ରାଜ୍ୟ ସରକାର ଓ ସ୍ଥାନୀୟ ବିଧାୟକ ଙ୍କୁ ବିରୋଧୀ ଦଳର କିଛି କର୍ମୀ କଟୁ ସମାଲୋଚନା କରୁଥିଲେ । ଏବେ ବିଶ୍ବବିଦ୍ୟାଳୟ ର ନିର୍ମାଣ କାର୍ଯ୍ୟ ଦେଖି ସମାଲୋଚନା କରୁଥିବା ଲୋକଙ୍କ ମୁହଁ ଏବେ ଚୁପ୍ ହୋଇଯାଇଛି । ଆସନ୍ତା ଜୁନ ୭ ତାରିଖରେ କାମ ସାରିବାକୁ ସରକାରୀ ନିର୍ଦ୍ଦେଶ ରହିଛି । ଆଉ ମାତ୍ର ୨ମାସ ମଧ୍ଯରେ କିପରି ସମସ୍ତ କାମ ସରିବ ବୋଲି ଲୋକଙ୍କ ମନରେ ଆଶଙ୍କା ପ୍ରକାଶ ପାଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ ଏହି କାର୍ଯ୍ୟକ୍ରମର ବିନ୍ଧାଣି ୫ଟି ସଚିବ ବିଶ୍ବବିଦ୍ୟାଳୟ ନିର୍ମାଣ ସମ୍ପର୍କରେ ଅଧିକାରୀ ମାନଙ୍କ ସହ ଘନ ଘନ ଆଲୋଚନା କରୁଛନ୍ତି । ଓଡ଼ିଶା ସେତୁ ନିର୍ମାଣ ନିଗମ ମୁଖ୍ଯ ପରିଚାଳକ ଜୟକ୍ରୁଷ୍ଣ ଦାସ ଓ ବରିଷ୍ଠ ସାଧାରଣ ପରିଚାଳକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଘନଘନ ଗସ୍ତ କରି କାମର ଅଗ୍ରଗତି ସମିକ୍ଷା କରୁଛନ୍ତି । ସେହିପରି ବିଶ୍ୱବିଦ୍ୟାଳୟ କ୍ଯାମ୍ପସ ପରିସରରେ ରହିଥିବା ସାକ୍ଷୀ ଗୋପିନାଥଙ୍କ ନୀତି ସହିତ ଜଡିତ ରାଧା କୁଣ୍ଡ ପୋଖରୀ ର ପୁନରୁଦ୍ଧାର କାମ ଶେଷ ହେବାକୁ ଯାଉଛି । ବିଶେଷ କରି ସ୍ୱତନ୍ତ୍ର ପ୍ରବେଶ ପଥରେ ଠାକୁର ବିମାନରେ ପୋଖରୀକୁ ବିଜେ କରିବେ । ସାଧାରଣ ଉକ୍ତ ପୋଖରୀ କୁ ବ୍ଯବହାର କରିବେ ନାହିଁ। ଓଡିଆ ଭାଷା ସାହିତ୍ୟ ସଂସ୍କୃତିର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ କାମ ଶିଘ୍ର ଶେଷ ହୋଇ ଛାତ୍ରଛାତ୍ରୀଙ୍କ ନାମଲେଖା ଆରମ୍ଭ ହେଉ ବୋଲି ପ୍ରାକ୍ତନ ଓଡ଼ିଆ ପ୍ରଫେସର, ଅଧ୍ୟାପକ, ଗବେଷକ, ସାହିତ୍ୟକ, ବୁଦ୍ଧିଜୀବୀ ପ୍ରମୁଖ ମତପ୍ରକାଶ କରିଛନ୍ତି । ସେହିପରି ବିଶ୍ୱବିଦ୍ୟାଳୟ ନିର୍ମାଣ କାମ ଆସନ୍ତା ଶ୍ରୀ ଗୁଣ୍ଡିଚା ପୂର୍ବରୁ ଶେଷ ହେବ ବୋଲି ପ୍ରୋଜେକ୍ଟ ଅଫିସର ତଥା ଓଡ଼ିଶା ସେତୁ ନିର୍ମାଣ ନିଗମ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢୀଙ୍କ ସୂତ୍ରରୁ ପ୍ରକାଶ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୪/୨୦୨୩----୬,୨୦ Sakhigopal News,28/4/2023