Breaking News

ମିଳିମିଶି ଲୁଟିନେଲେ କନ୍ତେକଶ୍ବରୀ ଚେକ ଡ୍ୟାମ ଅର୍ଥ

 
ବାଙ୍କୀ -କଟକ/---- ବାଙ୍କୀ ନିର୍ବାଚନ ମଣ୍ଡଳୀ କାଳିପୋଇ ପଞ୍ଚାୟତର କନ୍ତଗାଇ ଗ୍ରାମରେ ନିର୍ମାଣ କରାଯାଉଛି କନ୍ତେକଶ୍ବରୀ ଚେକ ଡ୍ୟାମ । ନିର୍ମାଣରେ ବ୍ୟାପକ ଦୁର୍ନତି କରାଯାଇଛି ବୋଲି ସ୍ଥାନୀୟ ଜଣସାଧାରଣ ଅଭିଯୋଗ ଆଣିଛନ୍ତି। କଣ୍ଟ୍ରାକ୍ଟର ରାଜସ୍ବ ଲୁଟି ମାଲେମାଲ, ବିନା ସୂଚନା ଓ ଫଳକରେ ଚାଲିଛି । ଉକ୍ତ ରାସ୍ତା ର ବ୍ୟୟ ଅଟକଳ ମୂଲ୍ୟ ଓ ନିର୍ମାଣର ସମୟ ଅବଧି ମଧ୍ୟ ଦର୍ଶା ଯାଉନାହିଁ । ଭୋଗୁଛନ୍ତି ନାହିଁ ନଥିବା କଷ୍ଟ ସ୍ଥାନୀୟ ଲୋକେ।  ଟଙ୍କା ଆସିଥିଲା ଯେଉଁ ପରି କିନ୍ତୁ କାମ ହୋଇଛି ସେପରି ହେଲାନାହିଁ ।  ଜଳସେଚନ ବିଭାଗ ପକ୍ଷରୁ  କନ୍ତଗାଇ ଗ୍ରାମରେ ଚେକ ଡ୍ୟାମ କାମ ଠିକାଦାରଙ୍କ ମାଧ୍ୟମରେ କରୁଛନ୍ତି।    ଭିତରେ ଏବେ ଢ଼ଳେଇ ଉଠି ଆଁ କଲାଣି!ତେବେ ସ୍ଥାନୀୟ କଣ୍ଟ୍ରାକ୍ଟର କାମ କରି ରାଜସ୍ୱ ଲୁଟୁଛନ୍ତି ବୋଲି ଅଭିଯୋଗ ଆସିଛି!ଡ୍ୟାମ ଉପରେ ଚାଲିଲାବେଳକୁ ଗୋଡି ଉଠିଯାଇଛି ବୋଲି ମଧ୍ୟ ଅଭିଯୋଗ ହେଉଛି! ତେବେ ସ୍ଥାନୀୟ କଣ୍ଟ୍ରାକ୍ଟର, ସରପଞ୍ଚ ଏବଂ ବାଙ୍କୀ ବିଧାୟକଙ୍କ ମଧୁଚନ୍ଦ୍ରିକାରେ ଏଭଳି ନିମ୍ନ ମାନର କାମ ହୋଇଥିବା  ଲୋକମାନେ କହନ୍ତି । ରକ୍ୟସରକାର ଯୋଜନା ଉପରେ ଯୋଜନା କରୁଛନ୍ତି ଶିକ୍ଷାଠୁ ଆରମ୍ଭ କରି ଗମନା ଗମନ ପର୍ଯ୍ୟନ୍ତ ପାଣି ଭରି ଖର୍ଚ୍ଚ କରୁଛନ୍ତି ।  କଣ୍ଟ୍ରାକ୍ଟରକୁ ପଚରା ଗଲେ କଣ୍ଟ୍ରାକ୍ଟର କହୁଛନ୍ତି ପ୍ରଶାସନ ଆମର ଆମେ ଯାହା କରିବୁ!ମୁଖ୍ୟ କଥା ହେଉଛି ଏହି ଚେକ ଡ୍ୟାମରେ ହଜାର ହଜାର ଚାଷୀ ନିର୍ଭର କରନ୍ତି! ଚେକ ଡ୍ୟାମ ଉପରେ ଗୋଡି, ବାଲି ବାହାରି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି! ଡ୍ୟାମକୁ ପୂରିନି ବାର ଦିନ ହେଲେ ଡ୍ୟାମର ଅବସ୍ଥା ବାର ବାଜି ଯାଇଛି! ଡ୍ୟାମ ଉପରେ ଗୋଡି ବାଲି ବାହାରି ପଡିଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି! ଏଠି ପ୍ରଶ୍ନ ସୃଷ୍ଟି ହେଉଛି କାହିଁକି ଏତେ ଟଙ୍କାର କାମ ଏତେ ନିମ୍ନ ମାନର ହେଲା ତେବେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି । କଟକରୁ  ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୨୪/୪/୨୦୨୩----୯,୧୦ Sakhigopal News,24/4/2023

Blog Archive

Popular Posts