Breaking News

ସାକ୍ଷୀଗୋପାଳ ମନ୍ଦିର ନିକଟରେ ସହିଦ ବୀର ଦେବାଶିଷଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା ଓ ଦିବ୍ୟାଙ୍ଗ ମାନଙ୍କୁ ବ୍ୟାଟେରି ଚାଳିତ ଗାଡି ବଣ୍ଟନ



ସାକ୍ଷୀଗୋପାଳ  ----- ସାକ୍ଷୀଗୋପାଳ ମନ୍ଦିର ନିକଟରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂତ୍ତି ନିକଟରେ ବୀର ସହିତ ଦେବାଶିଷ ପ୍ରଧାନଙ୍କ ଉଦ୍ଦ୍ୟୋରେ ଏକ ଶ୍ରଦ୍ଧାଞ୍ଜଳି ସଭା ସହିତ ଦିବ୍ୟାଙ୍ଗ ମାନଙ୍କୁ ବ୍ୟାଟେରି ଚାଳିତ ସ୍କୁଟି ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେହୀନ୍ଦି ଚଳଚିତ୍ରର ସୁପରଷ୍ଟାର ମିଥୁନ ଚର୍କବର୍ତ୍ତୀ, ବିଜେପିର ସମ୍ବିତ ପାତ୍ର, ଓମ ପ୍ରକାଶ ମିଶ୍ର, ଶଙ୍କର ପରିଡ।। ପ୍ରମୁଖ ଯୋଗଦେଇଥିଲେ । ଅତିଥି ମାନେ ପ୍ରଥମେ ସାକ୍ଷୀଗୋପାଳ ମନ୍ଦିର ଦର୍ଶନ କରିଥିଲେ । ସେମାନଙ୍କୁ ସାକ୍ଷୀଗୋପାଳ ସେବାୟତ ସଂଘ ଭୋଗ ପ୍ରଦାନ କରାଯାଇଥିଲା । ଅମିତ ସରିଞ୍ଜିଙ୍କ ପିତା ଅଶୋକ ସରିଞ୍ଜିଙ୍କ ସୃତି ଉଦ୍ଦ୍ୟେଶରେ ସାକ୍ଷୀଗୋପାଳରେ ୧୧ ଚଣ ଦିବ୍ୟାଙ୍ଗଙ୍କୁ ବ୍ୟାଟେରି ଚାଳିତ ସ୍କୁଟି ବଣ୍ଟନ କରାଯାଇଥିଲା ।  ସେମାନେ ହେଲେ ପ୍ରଭାତ ଚନ୍ଦ୍ର ସାମନ୍ତରାୟ, ଗଦାଧର ପଣ୍ଡା, ବିଜୟ କୁମାର ବରାଳ, ଅନିଲ ମହାପାତ୍ର, ପ୍ରଭାକର ନାୟକ, ସୁବାଷ ଚନ୍ଦ୍ର ମିଶ୍ର, ସୁକାନ୍ତି ପୁଷ୍ଟି, ଧନଞ୍ଜୟ ବେହେରା, ମାନସ କୁମାର ଜେନା, ଶିବପ୍ରସାଦ ନନ୍ଦ, ପ୍ରଶାନ୍ତ ମହାନ୍ତି, ହରିହର ମିଶ୍ର ଙ୍କୁ  ସ୍କୁଟି ବଣ୍ଟନ କରାଯାଇଥିଲା ।  ଆଇନଜୀବୀ ଅଞ୍ଜନ କୁମାର ହୋତା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୪/୨୦୨୩---୮,୪୦

Blog Archive

Popular Posts