Breaking News

ଜଟଣୀ ପୌରପରିଷଦ ପରିସରରେ ଠିକା ସଫେଇ କର୍ମଚାରୀଙ୍କ ଧର୍ମଘଟ




ଜଟଣୀ --- ଜଟଣୀ ପୌରପରିଷଦ ପରିସରରେ ଛଟେଇ ଠିକା ସଫେଇ କର୍ମଚାରୀଙ୍କ ଶାନ୍ତିପୂର୍ଣ ଧର୍ମଘଟ ଆରମ୍ଭ ହୋଇଛି l ସୂଚନା ମୁତାବକ ଜଟଣୀ ପୌରପରିଷଦ ଅନ୍ତର୍ଗତ ୨୩ ଗୋଟି ୱାର୍ଡରେ ଥିବା ରାସ୍ତାଘାଟ, ନାଳନର୍ଦମା, ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରୁ ଅଳିଆ ଆବର୍ଜନାକୁ ସଫାକରି ସହରର ପରିମଳ ତଥା ପରିବେଶକୁ ସୁସ୍ଥ ରଖିବାକୁ ସବୁ ସମୟରେ ଚେଷ୍ଟିତ  l ଏମାନେ ସମସ୍ତେ  କମ ଶିକ୍ଷକତା ଏବଂ ନୀଚ ଜାତିଗତ ପାଇଁ ବଡ ବଡ଼ିଆଙ୍କ ଆଖିରେ ସବୁବେଳେ ଅବହେଳିତ l ପୌରପରିଷଦ ସହରର ପରିମଳ ବ୍ୟବସ୍ଥାକୁ ସୁଚାରୁରୂପେ ସମ୍ପାଦନ ପାଇଁ(ଏଲ ଏଣ୍ଡ କେ)ନାମକ ଠିକା ସଂସ୍ଥାକୁ କାର୍ଯ୍ୟଭାର ଦିଆଯାଇଛି l ଏହି ଠିକା ସଂସ୍ଥା ନିଜ ଅଧୀନରେ ୨୫୦ ଜଣ ଠିକା କର୍ମଚାରୀ ମାନଙ୍କୁ ନିୟୋଜିତ କରିଛି l ଏଥିରେ ଝାଡୁଦାର, ଡ୍ରାଇଭର, ଅଳିଆ ଉଠା ଏଭଳି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି l ଆଜକୁ ଏହି କର୍ମଚାରୀ ମାନଙ୍କ ମଧ୍ୟରୁ କିଏ ଦୀର୍ଘ ୨୦ ବର୍ଷ, କିଏ ୧୫ ବର୍ଷ ଏବଂ କିଏ ୧୦ବର୍ଷ କାଳ ରହି ନିଜ ଜୀବନକୁ ନିସ୍ଵାର୍ଥ ରୂପେ କାର୍ଯ୍ୟ କରିଆସିଛନ୍ତି l କିନ୍ତୁ ସ୍ଥାନୀୟ ପୌରପରିଷଦ କିମ୍ବା ଠିକା ସଂସ୍ଥା ତରଫରୁ କର୍ମଚାରୀ ମାନଙ୍କୁ ସାଧାରଣ ସୁବିଧା ଯୋଗାଇ ଦିଆଯାଉନାହିଁ l କାର୍ଯ୍ୟରତ ସମସ୍ତ ଠିକା ସଫେଇ କର୍ମଚାରୀମାନଙ୍କୁ ଏଲ ଏଣ୍ଡ କେ ଠିକା ସଂସ୍ଥା କୌଣସି ନିଯୁକ୍ତି ପ୍ରମାଣ ପତ୍ର ବା ଆଇ କାର୍ଡ ପ୍ରଦାନ କରାଯାଇ ନାହିଁ l ସଫେଇ ପୋଷାକ ଠାରୁ ଆରମ୍ଭ କରି ସଫେଇ ସରଞ୍ଜାମ ଝାଡୁ, ହାତ ଗ୍ଲୋବସ, ମାସ୍କ, କାମ ଶେଷରେ ପରିଷ୍କାର ରହିବା ପାଇଁ ସାବୁନ ପ୍ରଦାନ କରାଯାଉନାହିଁ l ଏବଂ ପ୍ରତ୍ୟକ କର୍ମଚାରୀଙ୍କ ଇପିଏଫ କିମ୍ବା ଇଏସଆଇ ସଠିକ ରୂପେ ଦିଆଯାଉନାହିଁ l ଏହାକୁ ଯିଏ ପ୍ରତିରୋଧ କଲା ସିଏ କାମରୁ ବିତାଡିତ ହେଲା l ଏହାର ନିଚ୍ଛକ ଉଦାହରଣ ଆଜିର ଧର୍ମଘଟରେ ବସିଥିବା ୮ ଜଣ ଛଟେଇ ଠିକା ସଫେଇ କର୍ମଚାରୀ l ଏମାନେ ହେଲେ ବ୍ରଜକିଶୋର ଲୋକନାଥ ନାଏକ, ବିଦୁର ଘଡେଇ, ମଞ୍ଜୁ ଦେଇ, ମାନସୀ ନାଏକ, ବିମଳ ନାଏକ, ସନ୍ୟାସୀ ନାଏକ ଏବଂ କଳ୍ପନା ନାଏକ ପ୍ରମୁଖ l ଦୀର୍ଘ ୧0 ମାସ ହେବ ଛଟେଇ ହେତୁ ବର୍ତ୍ତମାନ ଏମାନେ ସମସ୍ତେ ନିରାଶ୍ରୟ ଏବଂ ନିଃସହାୟ ଅବସ୍ଥାରେ l ପରିବାର ପତିପୋଷଣ ସାଙ୍ଗକୁ ପିଲାମାନଙ୍କ  ପାଠପଢାରେ ବ୍ୟାଘାତ ହେତୁ ବାରମ୍ବାର ଉପରିସ୍ଥ ବାବୁ ଏବଂ ସେମାନଙ୍କୁ ନିଯୁକ୍ତି ଦେଇଥିବା ଠିକା ସଂସ୍ଥାକୁ ନିଜର ଦୁଃଖକୁ ଶୁଣାଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ l ଅନେକ ଠୋକର ଖାଇବାପରେ ଶେଷରେ ନିଜ ଜିଲ୍ଲାର ଜିଲ୍ଲାପାଳ ମହୋଦୟ, ସ୍ଥାନୀୟ ଥାନର ଆଇଆଇସୀ ମହାଶୟ ଏବଂ ଜଟଣୀ ପୌରପରିଷଦର ଅଧ୍ୟକ୍ଷ ବାବୁଙ୍କୁ ଚିଠି ପ୍ରଦାନ କରି ଅନିର୍ଦ୍ଧିଷ୍ଟ ଦିନ ପାଇଁ ଧର୍ମଘଟ ଡାକରା ଦେଇଛନ୍ତି l ଯେଉଁ ଦିନ ପର୍ଯ୍ୟନ୍ତ ନ୍ୟାର୍ଯ୍ୟ ଦାବି  ନ ମିଳିଛି ସେତେଦିନ ପର୍ଯ୍ୟନ୍ତ ଶାନ୍ତିପୂର୍ଣ ପ୍ରତ୍ୟକ ଦିନ ସକାଳ 6 ଘଟିକାଠାରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଧର୍ମଘଟ ବଜାଇ ରହିବବୋଲି ଧର୍ମଘଟ କାରୀଙ୍କ ଠାରୁ ସୂଚନା ପ୍ରାପ୍ତ ହୋଇଛି l ବୁଦ୍ଧିଜୀବୀଙ୍କ ମତରେ ପୌର ପ୍ରଶାସନ ଏଥି ପ୍ରତି ଦୃଷ୍ଟି ପ୍ରଦାନ କରି ତୁରନ୍ତ ଏହାର ସମାଧାନ ପାଇଁ ମତବ୍ୟକ୍ତ କରିଛନ୍ତି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୪/୨୦୨୩----୮,୪୫ Sakhigopal News,26/4/2023

Blog Archive

Popular Posts