ସର୍ବସାଧାରଣରେ ବ୍ୟବହୃତ ନଳକୂପକୁ ନିଜର କରିବାକୁ ଚକ୍ରାନ୍ତ , ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ
ଜଟଣୀ ---ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ଜଳ ପାଇଁ ଲୋକେ ଡହଳ ବିକଳ । ଜନସାଧାରଙ୍କ ଜଳ କଷ୍ଟ ଦୂରପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ମାଧ୍ୟମରେ ଏହାର ମୁକାବିଲା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଜଟଣୀ ବ୍ଲକ ଅନ୍ତର୍ଗତ କୁସୁମାଟି ଛଣଘର ପଞ୍ଚାୟତର ୱାର୍ଡ ନଂ ୯ ମଧୁସୂଦନ ନଗର ଅଂଚଳରେ ଦେଖିବାକୁ ମିଳିଛି ଭିନ୍ନ ଘଟଣା । ସୂଚନା ଅନୁସାରେ ମଧୁସୂଦନ ନଗର ଅଂଚଳରେ ପାଖାପାଖି ପଇଁଚାଳସୀ ଗରିବ ପରିବାର ବସବାସ କରନ୍ତି । ସେହି ଗରିବ ପରିବାରଙ୍କ ହିତ ଦୃଷ୍ଟିରୁ ପାଣିର ଅଭାବ ଦୂରପାଇଁ ପଞ୍ଚାୟତ ତରଫରୁ ଏକ ନଳକୂପ ସ୍ଥାପିତ କରାଯାଇଥିଲା। ଏହି ନଳକୂପ ଉପରେ ପଇଁଚାଳସୀ ପରିବାର ବହୁ ବର୍ଷ ଧରି ନିର୍ଭର କରି ଚଳିଆସୁଛନ୍ତି l କିଛିଦିନ ହେବ ଜୈନିକ ବ୍ୟକ୍ତି ସ୍ଥାପିତ ନଳକୂପ ନିକଟରେ ଥିବା ଏକର ଏକର ଜଗନ୍ନାଥ ଜମିକୁ ମାଡ଼ିବସିଥିବା ଜମି ମାଫିଆଙ୍କ ଠାରୁ କିଛି ଲକ୍ଷ ଟଙ୍କା ଦେଇ ବିନା କାଗଜପତ୍ରରେ ଦଶରୁ କୋଡିଏ ଡ଼ିସିମିଲ ଜାଗା କିଣିଲେ । ବର୍ତ୍ତମାନ ସେହି ଜାଗାରେ ନିଜର ବସ ବାସ ପଇଁ ଘରଟିଏ ନିର୍ମାଣ କରି ଚଳିଲେ l ଘରଟିଏ ମୁଖ୍ୟ ରାସ୍ତା କଡରେ ଥିବାରୁ ଧୀରେ ଧୀରେ ବ୍ୟବସାୟ ଉଦେଶ୍ୟରେ ୫ଟି ଦୋକାନ ଘର ନିର୍ମାଣ ଆରମ୍ଭ କଲେ l ସେଥିରେ ମନ ଭରିଲା ନାହିଁ ଜାଗା ନିକଟରେ ଥିବା ଗରିବ ପରିବାରଙ୍କ ବଂଚିବା ପାଇଁ ସରକାରଙ୍କ ଦ୍ୱାରା ସ୍ଥାପିତ ଏକ ନଳକୂପକୁ ନିଜର କରିବା ପାଇଁ କିଛି ପଥର ଆଣି ନଳକୂପଟିକୁ ଘେରାଇ ସମ୍ପୂର୍ଣ ନିଜ ଅକ୍ତିଆରରେ ନେବା ପାଇଁ କୁଚକ୍ରାନ୍ତ ଚଳାଉ ଥିବାର ଜାଣି ସ୍ଥାନୀୟ ଅଞ୍ଚଳ ବାସି ଏହାକୁ ବିରୋଧ କରିଥିଲେ l ବିରୋଧ ଫଳରେ ସ୍ଥାନୀୟ ବାସିନ୍ଦା ସହ ପାଟିତୁଣ୍ଡ ହୋଉଥିଲା l ଏହାପରେ ସ୍ଥାନୀୟ ୱାର୍ଡ ପ୍ରତିନିଧି ଏବଂ ବୁଦ୍ଧିଜୀବୀଙ୍କ ହସ୍ତକ୍ଷେପ ଫଳରେ ସେହି ନଳକୂପରୁ ପାଣି ନେଇଥିଲେ l ବୁଦ୍ଧିଜୀଙ୍କ ମତରେ ବର୍ତ୍ତମାନ ଜଗନ୍ନାଥ ଜମି କିଣାବିକାର ନିୟମ ନ ଥିବା ବେଳେ ଜୈନିକ ବ୍ୟକ୍ତିଙ୍କୁ ଜଗନ୍ନାଥଙ୍କ ଜମିରେ ଘର ନିର୍ମାଣ କରି ଏବଂ ରେସିଡେଣ୍ଟାଲ ଜୋନରେ ଦୋକାନ ଗୃହ ନିର୍ମାଣ ପାଇଁ ଅନୁମତି ମିଳିଲା କେଉଁଠୁ ? । ଅନୁମତି ଦେଲାକିଏ? । ଏହା ତଦନ୍ତ ସାପକ୍ଷ l ସେଥିରେ ପୁଣି ଗରିବ ପରିବାରଙ୍କ ପେଟରେ ଲାତ ଦେଇ ସରକାରଙ୍କ ଦ୍ୱାରା ନିର୍ମିତ ନଳକୂପଟିକୁ ନିଜ ଅକ୍ତିଆରକୁ ନେବା କମ ସାହସର କଥା ନୁହେଁ l ଏହି ଘଟଣାକୁ ସ୍ଥାନୀୟ ପ୍ରଶାସନ ଗରୁତ୍ବର ସହ ଗ୍ରହଣ କରି ସେହି ନଳକୂପ ଉପରେ ନିର୍ଭର ଶିଳ ଗରିବ ପରିବାରଙ୍କୁ ଉଚିତ ନ୍ୟାୟ ପ୍ରଦାନ କରି ଦୁଷ୍ଟଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୨/୪/୨୦୨୩---୭,୧୦ Sakhigopal News,22/4/2023