ବିଜୟ ନାହାକ ହତ୍ୟାକାଣ୍ଡ ର ସିବିଆଇ ତଦନ୍ତ ଦାବି ନେଇ ବିଜେପିର ବିକ୍ଷୋଭ
ନୟାଗଡ, --- ନୟାଗଡ ଜିଲାର ଦଶପଲ୍ଲା ବହୁ ଚର୍ଚ୍ଚିତ ବିଜୟ ନାହାକ ହତ୍ୟାକାଣ୍ଡ ଘଟଣା ଘଟିବାର ୧୫ଦିନ ବିତିଯାଇଥିଲେ ମଧ୍ୟ ହତ୍ୟାକାରୀକୁ ଧରିବାରେ ପୋଲିସ ବିଫଳ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏହା ସହିତ ଘଟଣା ର ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ। ବିଜେପି ର ନେତା ରାଘବ ମଲ୍ଲିକଙ୍କ ନେତୃତ୍ୱରେ ବିଜେପି ର ୧୦୦ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ମେଳିଆ ତୋଟା ଠାରୁ ଏକ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରି ଦଶପଲ୍ଲା ଥାନା ନିକଟରେ ପହଞ୍ଚିଥିଲେ । ପରେ ପୋଲିସ ମହାନିର୍ଦ୍ଦେଶକ କଟକଙ୍କ ଉଦ୍ୟସ୍ୟ ରେ ଏକ ଦାବି ପତ୍ର ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁ ଙ୍କୁ ପ୍ରଦାନ କରିଥିଲେ ।
ସୂଚନା ଥାଉକି ବିଜୟ ନାହାକ କୃଷଚନ୍ଦ୍ର ପୁର ପାଟଣା ଗ୍ରାମର ଦଣ୍ଡୁଆ ଦଳରେ ମିସି ଗତ ୫ତାରିଖ ଦିନ ଘୁଗୁଡି ପଡା ଗ୍ରାମ କୁ ଦଣ୍ଡ ଯାତ୍ରା କରିବା କୁ ଯାଇଥିଲେ ।
ବିଜୟ ପରଭା ଭାବେ ନୃତ୍ୟ କରିବା ପରେ କେଉଁ ଆଡେ ନିଖୋଜ ହୋଇଯାଇଥିଲେ ।
ନିଖୋଜ ହେବାର ଚାରି ଦିନ ବିତିଯାଇଥିଲେ ମଧ୍ୟ ତାଙ୍କର କୌଣସି ପତା ମିଳିନଥିଲା।
ପରେ ନଅ ତାରିଖରେ ତାଙ୍କର ଝୁଲନ୍ତା ମୃତ ଦେହ ପାହାଡ ଉପରେ ଏକ ଗଛ ରୁ ଉଦ୍ଧାର କରାଯାଇଥିଲା।ପୋଲିସ ଘଟଣା ର ତଦନ୍ତ କରୁଥିବା ବେଳେ ପ୍ରକୃତ ଦୋଷୀକୁ ଏବେପାଯ୍ୟନ୍ତ ପାଇନାହିଁ।ଫଳରେ ପରିବାର ଲୋକ ପୋଲିସ କାର୍ଯ୍ୟ ଶୈଳୀରେ ସନ୍ତୁଷ୍ଟ ନଥିବା ବେଳେ ଏହି ଘଟଣା ର ତଦନ୍ତ ପାଇଁ ସିବିଆଇ ର ହସ୍ତକ୍ଷେପ ଲୋଡିବାକୁ ଚାହୁଁଛନ୍ତି । ମାତ୍ର ବିଜୟ ର ପାରିବାର ଗରିବ ଓ ହରିଜନ ଶ୍ରେଣୀ ର ହୋଇଥିବା ରୁ ଏ ବାବଦରେ ତାଙ୍କୁ କେହି ସହଯୋଗ କରୁନଥିବା ବେଳେ ବିଜେପିନେତା ରାଘବ ମଲ୍ଲିକ ବିଜୟ ର ପରିବାର ଲୋକଙ୍କୁ ନ୍ୟାୟ ପ୍ରଦାନ ପଯ୍ୟନ୍ତ ସମସ୍ତ ସହଯୋଗ କରିବା କୁ ଆଗେଇ ଆସିଛନ୍ତି।
ତେବେ ଏହି ହତ୍ୟାକାଣ୍ଡ ଘଟଣା ଟି ନୟାଗଡ଼ ଜିଲ୍ଲା ରେ ଚହଳ ପକେଇଥିବା ବେଳେ ବିଜୟ ହତ୍ୟା କାଣ୍ଡ ଘଟଣା ର ସିବିଆଇ ତଦନ୍ତ ହେଉବୋଲି ସାଧାରଣ ରେ ଦାବି ହେଉଛି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୦/୪/୨୦୨୩---୯,୪୫ Sakhigopal News,20/4/2023