Breaking News

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଉଠାଇ ନେଇ ପିଟିଲେ; ସିଗାରେଟ ଚେଙ୍ଖ ଦେଇ ମରଣାନ୍ତକ ଆକ୍ରମଣ



ଜଟଣୀ---- ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଟଣୀ ସହର ହରିଭାଇନା ଛକ ଠାରୁ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ୬ ଜଣ ଦୁର୍ବୁତ୍ତ ଉଠାଇ ନେଇଥିଲେ। ତାଙ୍କୁ ଲୁହାରଡ଼ରେ ପିଟିବା ସହ ସିଗାରେଟ ଚେଙ୍କ ଦେଇଥିବା ଜଟଣୀ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଳେଇପୁଟ ଅଞ୍ଚଳର ସୁନୀଲ ବଳିୟାରସିଂ କୌଣସି କାମରେ ଶୁକ୍ରବାର ରାତି ପ୍ରାୟ ସାଢେଦଶଟା ବେଳେ ଜଟଣୀ ହରିଭାଇନା ଛକରୁ ଷଣ୍ଢପୁର ଆଡକୁ ବାଇକ୍‌ରେ ଯାଉଥିଲେ | ତେବେ ହଠାତ ୬ ଜଣ ଯୁବକ ଆସି ସୁନୀଲକୁ ଅଟକାଇ ମାଡ଼ ମାରିଥିବା ସହ ଜୋର ଜବରଦସ୍ତ ବାଇକ୍‌ରେ ଉଠାଇ ନେଇଥିଲେ। ହରିଭାଇନା ଛକ ଠାରୁ ପ୍ରାୟ ୭ କିଲୋମିଟର ଦୂର ଡେଲାଙ୍ଗ ଥାନା ହରିପୁର ଅଞ୍ଚଳକୁ ନେଇ ଯାଇଥିଲେ।ହରିପୁର କଲେଜ ପଡ଼ିଆରେ ଯୁବକଙ୍କୁ ଲୁହାରଡ଼ରେ ନିର୍ଘାତ ପିଟିବା ସହ ଗାଲରେ ସିଗାରେଟ ଚେଙ୍କ ଦେଇଥିଲେ।ତେବେ ସମସ୍ତ ଦୁର୍ବୁତଙ୍କୁ ସୁନିଲ ଚିହ୍ନିଛନ୍ତି ଏବଂ ସେମାନେ ସମସ୍ତେ ହରିପୁର ଅଞ୍ଚଳର ବୋଲି ଲିଖୁତ ଅଭିଯୋଗରେ ଦର୍ଶାଇଛନ୍ତି।
ଦୁର୍ବୃତ୍ତମାନେ ପ୍ରାୟ ଅଧ ଘଣ୍ଟା ମାଡ଼ ମାରିବା ପରେ ଅଚେତ ହୋଇଥିବା ଭାବି ସୁନୀଲ କୁ କଲେଜ ପଡ଼ିଆରେ ଫୋପାଡି ପଳାଇଥିଲେ। ମାତ୍ର କିଛି ସମୟ ପରେ ସୁନୀଲର ଚେତା ଫେରିବା ପରେ ଘର ଲୋକମାନଙ୍କୁ ଫୋନ କରିବାରୁ ଘର ଲୋକେ ପହଁଞ୍ଚି ଡାକ୍ତରଖାନା ନେଇଥିଲେ। ଏନେଇ ଡେଲାଙ୍ଗ ଥାନାରେ ଅଭିଯୋଗ କରିବାରେ ସେଠାରେ ଅଭିଯୋଗ ଗ୍ରହଣ ନକରି ଜଟଣୀ
ଥାନାକୁ ଯିବାକୁ କହିଥିଲେ। ଜଟଣୀ ପୋଲିସ ଅଭିଯୋଗ ରଖିବା ସହ ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଏହା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟିଥିବା ପୁଲିସ କହିଛି।ତେବେ ଏନେଇ ଜଟଣୀ ଥାନାରେ ୧୧୯/୨୩ରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଘଟଣା ଘଟିବାର ଛଅ ଦିନ ବିତି ଯାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ କୌଣସି ଅପରାଧୀ ଧରା ନ ପଡିବା ଜଣାପଡିଛି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୫/୪/୨୦୨୩----୧୦,୨୫ Sakhigopal News,5/4/2023

Blog Archive

Popular Posts