Breaking News

ଗାଧେଇବା ସମୟରେ ପୋଖରୀରେ ବୁଡି ନାବାଳକର ମୃତ୍ୟୁ



ଭଞ୍ଜନଗର -- ତାରସିଂ ଥାନା ଅନ୍ତର୍ଗତ ହରିଗଡ ଗ୍ରାମରେ ଥିବା ପୋଖରୀରେ ବୁଡି ନାବାଳକର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣକ କୁପାଟୀ ଗାଁ ର ପାଣୁ କଟାରୀ ଙ୍କ  ୧୨ ବର୍ଷର ପୁଅ ଭଗବାନ କଟାରୀ  । ଘଟଣା ପ୍ରକାରେ ,  ଭଗବାନ ପରିବାର ଲୋକଙ୍କ ସାଥିରେ ହରିଗଡ ଗ୍ରାମରେ ରହୁଥିବା ବଡବାପା ରଙ୍କ ନାଇକ ଙ୍କ ଘରକୁ ଏକ ବିବାହ ଭୋଜିରେ ଯୋଗ ଦେବାକୁ ଆସିଥିଲା । ଶନିବାର ପୂର୍ବାହ୍ନରେ ଗାଁ ନିକଟରେ ଥିବା ପୋଖରୀକୁ ଗାଧେଇବାକୁ ଯାଇଥିବା ବେଳେ ଅସାବଧାନତା ଯୋଗୁଁ ପାଣିରେ ବୁଡି ଯାଇଥିଲା । ପୋଖରୀରେ ଥିବା କିଛି ଲୋକ ଭଗବାନ ବୁଡି ଯାଉଥିବାର ଦେଖି ଦୌଡ଼ି ଯାଇ ଉଧାର କରିଥିଲେ । ଗୁରୁତର ଅବସ୍ଥାରେ ନିକଟସ୍ଥ ଗାଲେରୀ ମେଡିକାଲ ରେ ଭର୍ତ୍ତି କରିଥିଲେ । ସେଠାରେ  ଭଗବାନକୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ଗାଲେରୀ ଫାଣ୍ଡି ଅଧିକାରୀ ଭାଗୀରଥି ନାୟକ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ମୃତ ଦେହକୁ  ଜବତ କରିବା ସହ ତଦନ୍ତ କରି ଭଞ୍ଜନଗର ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇଥିଲେ ।  ଏନେଇ ତାରସିଂ ଥାନା କେସନଂ ୫/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ସୁଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୪/୨୦୨୩ ---୮,୫୫ Sakhigopal News,29/4/2023

Blog Archive

Popular Posts