Breaking News

ବିଶିଷ୍ଟ ସମାଜ ସେବୀ ସ୍ବର୍ଗତ ଶରତ ଚନ୍ଦ୍ର ଶାସ୍ତ୍ରୀଙ୍କ ସ୍ମୃତି ଚାରଣ ଶ୍ରଦ୍ଧାଞ୍ଜଳି ସଭା




ଜଟଣୀ ----ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଶରତ ଚନ୍ଦ୍ର ଶାସ୍ତ୍ରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅରଗୁଳସ୍ଥିତ ତାଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ପାଲାଗାୟକ ସୁଦର୍ଶନ ମହାପାତ୍ରଙ୍କ ପୈରହିତ୍ୟିରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅଧ୍ୟାପକ ପ୍ରେମାନନ୍ଦ ମହାରଣା, ଇଂ ସୁରଜ ପାଇକରାୟ, ଅଧ୍ୟାପିକା ସୁସ୍ମିତା ମାନଧାତା, ମେଜର ଭାଗ୍ୟଧର ସ୍ୱାଇଁ, ସମାଜସେବୀ ସଂନ୍ତୋଷ ଜେନା, ବିଶ୍ୱରଞ୍ଜନ ବଡ଼ଜେନା, ଅଧ୍ୟାପକ ସନ୍ତୋଷ ହରିଚନ୍ଦନ, ଅଧ୍ୟାପକ ନରୋତ୍ତମ ସାହୁ,ବ୍ରଜମୋହନ ମଙ୍ଗରାଜ,ହେମନ୍ତ କୁମାର ମହାପାତ୍ର,ରବିନାରାୟଣ ସ୍ୱାଇଁ, କେଦାରେସ୍ବର ମହାପାତ୍ର,ଲଗନ କୁମାର ଦାସ, କୁକୁମିନା ଦାସ, ଅଧ୍ୟାପକ ପ୍ରଦୀପ କୁମାର ସ୍ୱାଇଁ, ସୁରେଶ କୁମାର ଷଡ଼ଙ୍ଗୀ ପ୍ରମୁଖ ଅନେକ ବିଶିଷ୍ଟ ବ୍ୟକ୍ତିବୃନ୍ଦ ସ୍ୱର୍ଗତ ଶାସ୍ତ୍ରୀଙ୍କର ଜୀବନ ଓ ସମାଜ ସେବା ତଥା ତ୍ୟାଗପୁତ ଜୀବନଶୈଳୀ ସମ୍ପର୍କରେ ଆଲୋଚନା କରିଥିଲେ। ଜଣେ ବିଜ୍ଞାନ ଛାତ୍ର ଭାବରେ ମହାବିଦ୍ୟାଳୟ ଶିକ୍ଷା ସମ୍ପୂର୍ଣ୍ଣ କରି ଯୁବା ଅବସ୍ଥାରେ ଭାରତୀୟ ବାୟୁସେନାରେ ଯୋଗଦେଇ ସ୍ୱର୍ଗତ ଶାସ୍ତ୍ରୀ ଭାରତୀୟ ବାୟୁସେନାରୁ ଯୁଦ୍ଧ ସେବା ମେଡାଲ ପ୍ରାପ୍ତ ହୋଇଥିଲେ। ଅବସର ଜୀବନରେ ବହୁ ସାମାଜିକ ଓ ଶିକ୍ଷାନୁଷ୍ଠାନ ସହିତ ଜଡ଼ିତ ରହି ନିଜ ଅଞ୍ଚଳରେ ଶିକ୍ଷା ଓ ସଂସ୍କୃତିର ବିକାଶ ଓ ପ୍ରସାର ପାଇଁ ସର୍ବଦା ଚେଷ୍ଟିତ ଥିଲେ। ଅରଗୁଳ ସ୍ଥିତ ଶରତ ପାଇକରାୟ ମହାବିଦ୍ୟାଳୟର ପରିଚାଳନା ସମିତିର ସମ୍ପାଦକ ଭାବରେ ୧୯୯୫ ରୁ ୨୦୧୧ ପର୍ଯ୍ୟନ୍ତ ଦୀର୍ଘ ସତର ବର୍ଷ କାଳ ଦାୟିତ୍ୱରେ ରହି ମହାବିଦ୍ୟାଳୟକୁ ସରକାରୀ ଅନୁଦାନ ପ୍ରଦାନ କରିବାରେ ବିଶେଷ ଭୂମିକା ଗ୍ରହଣ କରିଥିଲେ। ଜଟଣୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ୱର୍ଗତ ଶରତ ପାଇକରାୟଙ୍କ ଜଣେ ଦୃଢ଼ ସମର୍ଥକ ଭବରେ ସ୍ୱର୍ଗତ ଶାସ୍ତ୍ରୀ ସ୍ଥାନୀୟ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ।
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୩/୪/୨୦୨୩ ---୮,୪୫ Sakhigopal News,13/4/2023

Blog Archive

Popular Posts