Breaking News

ପଞ୍ଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ




ଜଟଣୀ -- ଜଟଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ
ସଭା ଗୃହରେ ପଞ୍ଚାୟତ ସମିତିର ପଞ୍ଚମ ସାଧାରଣ ବୈଠକ ଅଧକ୍ଷା ଶ୍ରୀମତୀ ଜୟନ୍ତୀ ଛୋଟରାୟ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସରୋଜ କୁମାର ରାଉତ ପରିଚାଳନା କରିଥିଲେ । ବୈଠକରେ ସାଂସଦ ଭୁବନେଶ୍ବର ଙ୍କ ପ୍ରତିନିଧ୍ ଶ୍ରୀ ରବି ନାରାୟଣ ସ୍ବାଇଁ,  ବିଧାୟକ ଜଟଣୀଙ୍କ ପ୍ରତିନିଧ୍ ଶ୍ରୀ ଧ୍ରୁବ ଚରଣ ମହାପାତ୍ର, ସମସ୍ତ ସରପଞ୍ଚ ,ସମିତି ସଭ୍ୟ ,ସଭ୍ୟା ,ଜିଲ୍ଲା ପରିଷଦ ସଭ୍ୟା ,ସଭ୍ୟ ଓ ସରକାରୀ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବ ବୈଠକର ବିବରଣୀ ପଠନ ସହିତ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା, ଶିକ୍ଷା ,ସ୍ବାସ୍ଥ୍ୟ ,ଯୋଗାଣ ଓ ସମବାୟ ବିଭାଗ ,ସାମାଜିକ ନିରାପତ୍ତା ବିକାଶ କାର୍ଯ୍ୟକ୍ରମ, ସମ୍ପୂର୍ଣ ପରିମଳ ଓ ପାନୀୟ ଜଳ ବିଭାଗ, କୃଷି ,ପଶୁ ପାଳନ ଓ ମାଛ ଚାଷ ବିଷୟରେ ତନ୍ନ ତନ୍ନ କରି ଆଲୋଚନା କରାଯାଇଥିଲା। ସର୍ବ ଶେଷରେ ଜଟଣୀ ବ୍ଳକ କିପରି ସମସ୍ତ କ୍ଷେତ୍ର ରେ ଆଗୁଆ ରହିବ ସେ ଦିଗରେ ଯତ୍ନବାନ ହେବା ପାଇଁ ଉପସ୍ଥିତ ଲୋକ ପ୍ରତିନିଧି ଙ୍କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁରୋଧ କରିଥିଲେ । ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୦/୪/୨୦୨୩----୭,୧୦ Sakhigopal News,20/4/2023

Blog Archive

Popular Posts