Breaking News

ଗ୍ୟାସ ଟାଙ୍କିରୁ ନିଆଁ ଲାଗି ଜଳିଗଲା ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ, ନିଆଁ ଲିଭାଇବା ଆଳରେ ଅର୍ଥ ଲୂଟ



ଜଟଣୀ----: ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ଗ୍ରାମରେ ଗ୍ୟାସ ଟାଙ୍କିରୁ ନିଆଁ ଲାଗି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଥିଲା ବେଳେ ବିପଦରେ ସାହାଯ୍ୟ କରିବା ଆଳରେ ଦୋକାନ ଗୃହରେ ରହିଥିବା ଅନ୍ୟଜଣେ ବ୍ୟକ୍ତିଙ୍କ ଟଙ୍କାକୁ କେହି ଲୁଟି ନେଇଥିବା ପିଡ଼ିତଙ୍କ ପକ୍ଷରୁ ସୂଚନା ମିଳିଛି। ବେଣାପଞ୍ଜରୀ ଗ୍ରାମର ଅବଦୁଲ ସୟୀଦ ଖାଁଙ୍କ ଏକ ଚା'ପାନ ଓ ଭେରାଇଟି ଷ୍ଟୋରରେ ଥିବା ଗ୍ୟାସ ଟାଙ୍କିରେ ଆକସ୍ମିକ ନିଆଁ ଲାଗିଯାଇଥିଲା। କାଳକ୍ରମେ ନିଆଁ ର ପ୍ରକୋପ ବଢିବା ସହିତ ଦୋକାନରେ ଥିବା ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା। ଗ୍ୟାସ ଟାଙ୍କିକୁ ଲୋକମାନେ କୌଶଳକ୍ରମେ ଟାଣି ପଦାକୁ ଆଣିବା ସମୟରେ ବିସ୍ଫୋରଣ ଘଟିଥିଲା। ଏଥିରେ ଦୋକାନ ଗୃହର କାନ୍ଥ ଏବଂ ଅଜବେଷ୍ଟସ ଭାଙ୍ଗି ଯାଇଥିଲା। ତେବେ ଏଠାରେ ଉପସ୍ଥିତ ରହିଥିବା  ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଆଉ କିଛି ଲୋକମାନେ ଦୋକାନରେ ଥିବା ସାମଗ୍ରୀ ଏବଂ ଅନ୍ୟଜଣେ ବ୍ୟକ୍ତିଙ୍କ  ଗଛିତ ଟଙ୍କାକୁ ସୟୀଦ ନିଜ ହେପାଯତ ରେ ରଖିଥିବା କହିବାରୁ ତାହାକୁ ଉଦ୍ଧାର କରି ପଦାରେ ରଖିଥିଲେ। ମାତ୍ର ଉକ୍ତ ଟଙ୍କାକୁ କେହି ଲୁଟି ନେଇଥିବା କହିଛନ୍ତି ସୟୀଦ। ବହୁ ଖୋଜାଖୋଜି ପରେ ନିରାଶ ହୋଇ ଯାଇଥିଲେ। ଅନ୍ୟପଟେ ଦୋକାନ ଗୃହରେ ଥିବା ୧ ଲକ୍ଷ ୩୦ ହଜାରରୁ ଉର୍ଧ୍ୱ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଜଟଣୀ ଅଗ୍ନିଶମ ବିଭାଗ ପହଁଚିବା ବେଳକୁ ଭୟାବହ ଅଗ୍ନିକାଣ୍ଡ ରେ  ସମସ୍ତ ସମ୍ପତି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା। ଖବର ପାଇ ବେଣାପଞ୍ଜରୀ ସରପଞ୍ଚ ଆରଜୁ ପରବିନ ଏବଂ ତାଙ୍କ ପ୍ରତିନିଧି ତଥା ସମାଜସେବୀ ସାହା ଜାଫର ଅଲି ପହଞ୍ଚି ପୀଡିତ ପରିବାର ଙ୍କୁ ଭେଟି ସମବେଦନା ଜଣାଇବା ସହ ଅର୍ଥ ରାଶି ସହାୟତା ପ୍ରଦାନ କରିଥିଲେ।
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୦/୪/୨୦୨୩----୭,୧୦ Sakhigopal News,20/4/2023

Blog Archive

Popular Posts