ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଅଖି ମୁଠି ଅନୁକୂଳ
ଜଟଣୀ --ଆଜି ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସ୍ଥାନୀୟ ଛତାବର ଗ୍ରାମ ଠାରେ ପବିତ୍ର ଅଖି ମୁଠି ଅନୁକୂଳ ଅନୁଷ୍ଠିତ ହୋଇଯାଇଛି । ଜଟଣୀ ବ୍ଲକ କଂଗ୍ରେସ ସଭାପତି ଧନେଶ୍ୱର ରାଉତରାୟ ଏହାର ଆୟୋଜନ କରିଥିଲେ l ଏହି ଉତ୍ସବ ର ନେତୃତ୍ୱ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ନେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ସ୍ଥାନୀୟ ଛତାବର ଛକ ଠାରୁ ଘଣ୍ଟ ଘଣ୍ଟା, ପାଇକ ନାଚ ଓ ବହୁ ନେତୃ ଶ୍ରେଣୀୟ ବ୍ୟକ୍ତି ମାନଙ୍କ ସହିତ ଏକ ପଟୁଆରରେ ଆସି ଜଟଣୀ ନାଗରିକ କମିଟି ସଭାପତି କ୍ୟାପଟେନ ମନ୍ମଥ ରାଉତରାୟ ପୂଜା କରି ଅଖି ମୁଠି ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ଶିବାନନ୍ଦ ରାୟ, ପାର୍ବତ୍ତlରୋହୀ ସିଦ୍ଧାର୍ଥ ରାଉତରାୟ,ତପନ ଚକ୍ରବର୍ତ୍ତୀ, ହଟ କିଶୋର ପ୍ରଧାନ, ପିଣ୍ଟୁ ମହାରଥୀ, ସୁନୀଲ କୁମାର ରାଉତରାୟ, ଅମୀୟ ରଞ୍ଜନ ସ୍ୱାଇଁ, ବିଷ୍ଣୁ ପ୍ରସାଦ ବାହିନୀପତି, ପ୍ରଶାନ୍ତ ବଳିୟାରସିଂ, ଏମ ଡି ଅବ୍ରାର, ବୁଲୁ ମହାପାତ୍ର, ପ୍ରକାଶ ରାଣସିଂହ, ଶିବ ବେହେରା, ମାଗୁଣି ସ୍ୱାଇଁ, ଏମ ଡି ସୁଲେମାନ, ପୁପୁ ପଟନାୟକ, ତ୍ରିଲୋଚନ ପ୍ରଧାନ, ଶୁଭ୍ରାଂଶୁ ଶେଖର ପଟନାୟକ, ନଗେନ ସିଂ,ରଘୁନାଥ ମଙ୍ଗରାଜ, ଛେନୁ ପଟ୍ଟନାୟକ, ଅଶୋକ ମଙ୍ଗରାଜ, ନୌସିର ଅଲ୍ଲୀ, ବୃନ୍ଦାବନ ସାହୁ, ଲୁସେନ ରାୟ, ସୂର୍ଯ୍ୟ ପ୍ରଧାନ, ଛତାବର ଯୁବକଂଗ୍ରେସ ନେତା ସଂଗ୍ରାମ ରାଉତରାୟ, ସୁଲୁ ରଥ, କାଳନ୍ଦୀ ନାୟକ, ସଂକେତ ପାଟଶାଣି, ସୂର୍ଯ୍ୟକାନ୍ତ ବଳିୟାରସିଂ, ବିଧାୟକ ଙ୍କ ରାଜନୈତିକ ସଚିବ କଳିଙ୍ଗ ସାହୁ ପ୍ରମୁଖ ବହୁ ନେତା ଓ ଚାଷୀ ଯୋଗ ଦେଇଥିଲେ l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୩/୪/୨୦୨୩----୯,୪୫ Sakhigopal News,23/4/2023