ଆରପାରିରେ ଜ୍ୟୋତିର୍ବିତ ସୁରେଶ୍ୱର ଶତପଥୀ
ବରଗଡ଼--- ବରଗଡ ଜିଲ୍ଲା ରେମଣ୍ଡା ଗ୍ରାମର ଜ୍ୟୋତିର୍ବିତ୍ତ ତଥା ଅବସରପ୍ରାପ୍ତ ମୃତ୍ତିକା ସଂରକ୍ଷଣ ଅଫିସର ଓ ରେମଣ୍ଡା ବ୍ରାହ୍ମଣ ସମାଜର ପୂର୍ବତନ ସଭାପତି ସୁରେଶ୍ୱର ଶତପଥୀଙ୍କ ୮୭ ବର୍ଷ ବୟସରେ ଆଜି ସକାଳେ ପରଲୋକ ହୋଇଯାଇଛି । ତାଙ୍କର ମୃତ୍ୟୁ ସର୍ଯ୍ଯାରେ ଭାଇ ଶ୍ରୀ ଶିବ ନାରାୟଣ ଶତପଥୀ, ଭାଇବୋହୂ ବୃନ୍ଦାବତୀ, ପୁଅ ଅଶୋକ, ଆଲୋକ, ବୋହୂ ସୀମା, ନାରାୟଣୀ,ଝିଅ ମନ୍ଦାକିନୀ, ସୈାଦାମିନୀ ଓ ପ୍ରଭାସିନୀ ଆଦି ସପରିବାର ଉପସ୍ଥିତ ଥିଲେ । ଜନ୍ମଭୂମି ରେମଣ୍ଡା ଗ୍ରାମରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜ୍ୟେଷ୍ଠ ପୁତ୍ର ଅଶୋକ କୁମାର ଶତପଥୀ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ବରଗଡ଼ ତଥା ସମ୍ବଲପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଜଣେ ପରିଶ୍ରମୀ,ମେଳପୀ,ସ୍ନେହୀ, ତଥା ଶାନ୍ତ ସ୍ୱଭାବର ବ୍ୟକ୍ତି ଭାବରେ ସେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୯/୪/୨୦୨୩----୮,୧୦ Sakhigopal News,29/4/2023