୨୬ତମ ଶ୍ରୀରାମ ତାରକ ଓ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି
ସାକ୍ଷୀଗୋପାଳ-----: ୩୧୬ନଂ ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର ସତ୍ୟବାଦୀ ବ୍ଲକଛକ ସ୍ଥିତ ବାଟ ମହାବୀର ମନ୍ଦିରରେ ୩ଦିନ ବ୍ୟାପି ଚାଲିଥିବା ଶ୍ରୀରାମ ତାରକ ବିଶ୍ୱଶାନ୍ତି ମହାଯଜ୍ଞ ଅପରାହ୍ନରେ ପୂର୍ଣ୍ଣାହୁତି ହୋଇଯାଇଛି । ଅଙ୍କୁରାରୋପଣ, ଜଳଯାତ୍ରା, କର୍ମାରମ୍ଭ, ବ୍ରାହ୍ମଣବରଣ, ଆହୁତି କରାଯାଇଥିଲା । ସୂର୍ଯ୍ୟପୂଜା, ଶାଳପୂଜା, ଗୋପୂଜା, ତଥା ମହାବିଷ୍ଠୁବ ସଂକ୍ରାନ୍ତି ତଥା ମହାବିରିଙ୍କ ଜୟନ୍ତୀ ଅବସରରେ ଯଜ୍ଞରେ ପୂର୍ଣ୍ଣାହୂତି ହୋଇଥିଲା । ରାତି ୩ଟାରେ ମନ୍ଦିର ଦୂଆର ଫିଟା, ମଙ୍ଗଳ ଆଳତୀ ,ଅବକାଶ,ମହାସ୍ନାନ, ଅଭିଷେକ, ବେଶ,ଚନ୍ଦନ,ସିନ୍ଦୁରଲାଗି, ସୂର୍ଯ୍ୟପୂଜା, ଅଖଣ୍ଡଦୀପ ପ୍ରଜ୍ୱଳନ, ବାଳଭୋଗ, ଦ୍ୱିପହର ଧୂପରେ ଶଙ୍କୁଡି ଭୋଗ, ସଂଧ୍ୟାରେ ବାଳଭୋଗ, ଆଳତୀ କରାଯାଇଥାଏ । ପୁରୀରୁ ପ୍ରତିଦିନ ମହାପ୍ରସାଦ ପ୍ରଭୁ ମହାବୀରଙ୍କ ପାଖରେ ସମର୍ପଣ କରାଯିବା ପରେ ବିଳମ୍ବିତ ରାତିରେ ପହୁଡ ପଡିଥିଲା ବୋଲି ମନ୍ଦିରର ମୁଖ୍ୟ ପୂଜକ ଲକ୍ଷ୍ମୀଧର କର କହିଥିଲେ । ଅନୁଷ୍ଠିତ ଯଜ୍ଞରେ ଶ୍ରୀରାମଙ୍କ ଷୋଡଶପୂଜା, ହନୁମାନଙ୍କ ଷୋଡଶପୂଜା, ଋୁଦ୍ରାଭିଷେକ,ଚଣ୍ଡିପାଠ, ହନୁମାନ ଚାଳିଶା , ସୁନ୍ଦର କାଣ୍ଡ, ପ୍ରଜରଙ୍ଗ ବାଣ ପାଠ କରାଯାଇ ଆହୁତି ପ୍ରଦାନ କରାଯାଇଥିଲା । ଯଜ୍ଞରେ ମୁଖ୍ୟ ପୁରୋହିତ ରିଙ୍କୁନାଥ ଷଡଙ୍ଗୀ କାର୍ଯ୍ୟତୁଲାଇଥିବା ବେଳେ ତାଙ୍କୁ ସହଯୋଗ କରିଥିଲେ ଶାନ୍ତି ସୂରପଦାଶ, ହିମାଶୁଂ ଭୂଷଣ ତ୍ରିପାଠୀ ସହଯୋଗ କରିଥିଲେ । ଯଜ୍ଞରେ କର୍ତ୍ତା ଭାବେ ଧୂଳିରାମ ମହାପାତ୍ର, ତ୍ରିଲୋତମା ମହାପାତ୍ର, ସତ୍ୟବତ୍ୟ ଦାଶ, ମୋନାଲିସା ଦାଶ କାର୍ଯ୍ୟସମାପନ୍ନ କରିଥିଲେ । ବାଟ ମହାବୀର ଯଜ୍ଞ କମିଟିର ସଦସ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମନ୍ଦିରର ପୂଜକ ଲକ୍ଷ୍ମୀଧର କର ପୂଜାପାଠ କରିଥିଲେ । ସନ୍ଧ୍ୟାରେ ଶ୍ରୀରାମ ନାଟକ ସହିତ ପ୍ରାୟ ଦଶ ହଜାର ଭକ୍ତଙ୍କ ପାଇଁ ସମବେତ ପ୍ରସାଦ ସେବନ କରିଥିଲେ । ସେହିପରି ଅଲଗଡ ମହାବୀର, ମଶାଣିଆ ମହାବୀର, ଜାଗା ମହାବୀର, ସଙ୍କଟ ମୋଚନ ଗଛ ମହାବୀର, ବକୁଳବନ ସ୍ଥିତ ମହାବୀର ଓ ବରାଳ ବାଲୁଙ୍କେଶ୍ୱର ମହାବୀର ଙ୍କ ସହିତ ବିଭିନ୍ନ ଗ୍ରାମ ମାନଙ୍କରେ ଥିବା ମହାବୀରଙ୍କ ନିକଟରେ ହନୁମାନ ଜୟନ୍ତୀ ଅବସରରେ ପୂଜାର୍ଚ୍ଚନା ପାଇଁ ଗହଳି ଚହଳି ଲାଗିବା ସହ ପଣା ଓ ଚୁଡାଘଷା ଭୋଗ କରାଯାଇଥିଲା । ମହାବୀର ମନ୍ଦିର ସହିତ ବିଭିନ୍ନ ମହାଦେବଙ୍କ ମନ୍ଦିରରେ ଭକ୍ତ ମାନଙ୍କର ଭିଡ ପରିଲକ୍ଷିତ ହୋଇଥିଲା । ଘରେ ଘରେ ତୁଳସି ଚଉରା ରେ ବସୁନ୍ଧରା ବାନ୍ଧି ପଣା ଲାଗି କରାଯାଇଥିବାର ଦେଖାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୪/୨୦୨୩----୮.୧୦ Sakhigopal News, 14/4/2023