ଡକ୍ଟର ବାବାସାହେବ ଆମ୍ବେଦକର ଜୟନ୍ତୀ ପାଳନ
ଭଞ୍ଜନଗର----ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ସୋମନାଥ ନାୟକ ଙ୍କ ଆବାହକତ୍ୱ ରେ ଡ଼କ୍ଟର ବାବାସାହେବ ଆମ୍ବେଦକର ଙ୍କ 132ତମ ଜୟନ୍ତୀ ନାୟକ ଭବନ ଠାରେ ପାଳିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ ଶ୍ରୀ ଗୋପାଲକୃଷ୍ଣ ପ୍ରଧାନ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ । ଓକିଲ ସଂଘ ନବନିର୍ବାଚିତ ସଭାପତି ଶ୍ରୀ ଅଭିମନ୍ୟୁ ଗୌଡ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କୁ ନାଗରିକ ମଞ୍ଚ ତରଫରୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ମାନେ ଆମ୍ବେଦକର ଙ୍କ ମୂଳମନ୍ତ୍ର ଶିକ୍ଷିତ ହୁଅ, ସଂଗଠିତ ହୁଅ ,ସଂଘର୍ଷ କର ର ପ୍ରାସଙ୍ଗିକତା ଆଜିମଧ୍ୟ ରହିଛି ବୋଲି ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ଭିତରେ ସର୍ବଶ୍ରୀ ନଗେନ୍ଦ୍ର ନାୟକ, ଭଂଜକିଶୋର ପ୍ରଧାନ, ମୁରଲୀଧର ପଣ୍ଡା, ବିଜୟକୁମାର ପାତ୍ର, ହରିକୃଷ୍ଣ ସାହୁ, କୃଷ୍ଣ ଚନ୍ଦ୍ର ନାୟକ, ମଧୁ ସୁଦନସ୍ୱାଇଁ, ଲଡ଼ୁକେଶ୍ୱର ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ଲେଙ୍କା, କଵି ଅଶୋକ ସାହୁ, କୃଷ୍ଣ ଚନ୍ଦ୍ର ପାଣିଗ୍ରାହ, ପ୍ରମୁଖ ଆଲୋଚନା ରେ ଭାଗ ନେଇ କହିଥିଲେ ଯେଉଁ ପର୍ଯ୍ୟନ୍ତ ହିନ୍ଦୁ ସମାଜରେ ଜାତି ପ୍ରଥା ରହିଥିବ ଆମ୍ବେଦକର ଙ୍କ ଅସଲ ଲକ୍ଷ୍ୟ ପୂରଣ ହୋଇ ପାରିବ ନାହିଁ । ତେଣୁ ସମସ୍ତେ ଜାତିପ୍ରଥା ର ବିଲୋପ ପାଇଁ ଆଜିର ଦିନରେ ସଂକଳ୍ପ ନେବାକୁ ହେବ ବୋଲି କହିଥିଲେ । ଶେଷରେ ଦିବଂଗତ ତହସିଲଦାର ବାଳକୃଷ୍ଣ ଶତପଥୀ ଙ୍କ ବିୟୋଗରେ ଏକ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା । ମଞ୍ଚର ସମ୍ପାଦକ ରବିନାରାୟଣ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୪/୨୦୨୩-----୧୦,୪୦ Sakhigopal News,14/4/2023