ନାଚ ଦେଖାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ. ଠେଙ୍ଗା ଓ ଲୁହାଛଡ଼ ମାଡ଼ରେ ୭ ଆହତ , ୨ ଟି ମାମଲା ରୁଜୁ , ୬ ଗିରଫ
ଭଞ୍ଜନଗର---- - ନାଚ ଦେଖା କୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଠେଙ୍ଗା ଓ ଲୁହାଛଡ ପ୍ରତି ଆକ୍ରମଣ ରେ ଉଭୟ ଗୋଷ୍ଠୀର ୭ ଜଣ ଆହତ ହୋଇଛନ୍ତି । ପୃଥକ୍ ପୃଥକ୍ ଦୁଇଟି ମାମଲା ରୁଜୁ ହେବା ପରେ ଉଭୟ ପକ୍ଷର ୬ ଜଣଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ । ଗାଙ୍ଗପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗାଁ ରେ ଘଟିଛି ଏଭଳି ଘଟଣା । କେବଳ ସେତିକି ନୁହେଁ , ସୋମବାର ରାତିରୁ ଗଣ୍ଡଗୋଳ ର ସୂତ୍ରପାତ ଆରମ୍ଭ ହୋଇଥିବା ବେଳେ , ମଙ୍ଗଳବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଗଣ୍ଡଗୋଳ ଲାଗି ରହିଥିଲା । ରାତିରୁ ଦିନ ତମାମ ଚାପା ଉତ୍ତେଜନା ଲାଗି ରହିଥିଲା । ଖବର ପ୍ରକାରେ ସୋମବାର ରାତିରେ ଗାଙ୍ଗପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗାଁ ରେ ଯାତ୍ରାନାଟକ ଆୟୋଜନ ହୋଇଥିଲା । ନିକଟସ୍ଥ ମୁନିଗାଡି ଗାଁର କିଛି ଯୁବକ ସେଠାକୁ ଯାତ୍ରା ଦେଖିବାକୁ ଯାଇଥିବା ବେଳେ , ସିଙ୍ଗିପୁର ଗାଁ ର କିଛି ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏପରିକି ବାଉଁଶ ଲାଠି ଓ ଲୁହାଛଡ଼ ରେ ଆକ୍ରମଣ ହୋଇଥିଲା । ଏଥିରେ ମୁନିଗାଡି ଗାଁର ବାପୁ ପାତ୍ର , ପାଣ୍ଡବ ପାତ୍ର , ସୁକୁଟା ପାତ୍ର , ବନମାଳୀ ପାତ୍ର ଓ ବୁଲୁ ପାତ୍ର ପ୍ରମୁଖ ଆହତ ହୋଇଥିଲେ । ରାତି ତମାମ ଉତ୍ତେଜନା ଲାଗି ରହିଥିଲା । ମଙ୍ଗଳବାର ସକାଳୁ ସିଙ୍ଗିପୁର ଗାଁ ର ବାପୁଜୀ ସାହୁ ଏବଂ ଜିତେନ୍ଦ୍ର ଜେନା, ମୁନିଗାଡି ଛକ କୁ ଜଳଖିଆ ଖାଇବାକୁ ଆସିଥିବା ବେଳେ , ପୂର୍ବ ରାତିର ପ୍ରତିଶୋଧ ନେବାକୁ ଯାଇ ବାପୁଜୀ ଓ ଜିତେନ୍ଦ୍ର ଙ୍କୁ ଆକ୍ରମଣ ହୋଇଥିଲା । ଫଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପୁଣି ତିକ୍ତତା ବଢିଥିଲା । ସ୍ଥାନୀୟ ଅଞ୍ଚଳର ପୁଣି ଉତେଜନା ସୃଷ୍ଟି ହୋଇଥିଲା । ଏନେଇ ଗାଙ୍ଗପୁର ଥାନାରେ ଉଭୟ ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା । ଗାଙ୍ଗପୁର ଥାନା ରେ ୨୯୩/୨୩ ଏବଂ ୨୯୪/୨୩ ରେ ଦୁଇଟି ମାମଲା ରୁଜୁ ହୋଇଥିଲା । ଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି କୁ ନିୟନ୍ତ୍ରଣ କୁ ଆଣିବା ସହ ସମସ୍ତ ଆହତ ଙ୍କୁ ଉଧାର କରି ସ୍ଥାନୀୟ ଗୋବରା ମେଡିକାଲ୍ ରେ ଚିକିତ୍ସିତ କରାଇଥିଲେ । ଏହା ପରେ ଉଭୟ ପକ୍ଷର ଜିତେନ୍ଦ୍ର ଜେନା , ବସନ୍ତ ଜେନା , ରଞ୍ଜିତ ଜେନା , ରାଜେନ୍ଦ୍ର ଜେନା , ବାସୁ ପାତ୍ର ଏବଂ ପାଣ୍ଡବ ପାତ୍ର ଙ୍କୁ ଗିରଫ କରିଛି ପୋଲିସ ।
