Breaking News

ଏପିଏଲ ଅଳଗୁମ ପ୍ରିମିୟର ଲିଗ କ୍ରିକେଟର ଫାଇନାଲ ମ୍ୟାଚ ଉଦଯାପିତ; କିଙ୍ଗସ-୧୧ଟିମ-୨୦୨୩ର ଚମ୍ପିୟାନ


ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତର ବଉଳସାହି ସୁରାଲାଗି ବରଗଛ ପଡିଆରେ ଏପିଏଲ ଅଳଗୁମ ପ୍ରିମିୟର ଲିଗ କ୍ରିକେଟ ମ୍ୟାଚ ଉଦଯାପିତ ହୋଇଯାଇଛି । ୮୬ ରନରେ ବିଜୟୀ ହୋଇ ଏବର୍ଷର ଚମ୍ପିୟାନ ହୋଇଛି । ଏଥିରେ ସାତଟି ଦଳ ଭାଗ ନେଇଥିଲେ । ଫାଇନାଲ ମ୍ୟାଚରେ କିଙ୍ଗସ-୧୧ ଓ ସାଇ-୧୧ ମଧ୍ୟରେ ଖେଳ ହୋଇଥିଲା ।ପ୍ରଥମେ ଟଚ ଜିତି କିଙ୍ଗସ-୧୧ ବ୍ୟାଟିଂ କରି ୨୦ ଓଭରରେ ୧୬୪ ରନରେ ୩ଉଇକେଟ ହରାଇଥିଲା । ଜବାବରେ ସାଇ-୧୧ ଦଳ ସମସ୍ତ ଉଇକେଟ ହରାଇ ୭୮ ରନ କରିବାରେ ସକ୍ଷମ ହୋଇଥିଲା । କିଙ୍ଗସ ଦଳ ପକ୍ଷରୁ କରନ ଖାଁଙ୍କ ୯୪ ରନ କରି ମ୍ୟାନ ଅଫଦି ମ୍ୟାଚ ଭାବେ ବିବେଚିତ ହୋଇଥିଲେ ।  ସାଇ-୧୧ ଦଳ ରନସଅଫହୋଇଥିଲେ । ପୁରଷ୍କାର ବିତରଣ ଉତ୍ସବରେ ସମାଜସେବୀ ରୂପକ କୁମାର ବିହାରୀ, ପ୍ରଫୁଲ ପ୍ରଧାନ, ଯଯାତି କେଶରୀ ରାୟ ପବିତ୍ର କୁମାର ପରିଡା, ଓ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଯୋଗ ଦେଇ ଚମ୍ପିୟାନ ଓ ରନସ ଦଳକୁ ସିଲଡ, କପ ପ୍ରଦାନ କରିଥିଲେ । ଖେଳ ପରିଚାଳନା କରିଥିଲେ ପବିତ୍ର ସେଠୀ ଓ ସକୁନ ଜେନା । ଅନିଲ, କାଶିନାଥ, ସରୋଜ, କଣ୍ଠ, ମାନସ, କାହ୍ନା, ସିପୁନ, ବିଶ୍ୱନାଥ, ସିକୁନ, ପପୁ ଓପିଣ୍ଟୁ ପ୍ରମୁଖ ଯୁବକ ମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୪/୨୦୨୩----୮,୨୫

Blog Archive

Popular Posts