Breaking News

କବିତା ମାଧ୍ୟମରେ ଓଡ଼ିଆ ନଵ ଵରଷର ଅଭିନନ୍ଦନ

ଶିକ୍ଷକ ବିଜୟ କୁମାର ମହାନ୍ତି
                     ବରପୁଟ , ବାଙ୍କୀ ,କଟକ କବିତା ମାଧ୍ୟମରେ ଓଡ଼ିଆ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି।

ନୂତନ ବର୍ଷର ନୂତନ ସକାଳେ
   ନୂଆ ସୂରୁଯଟି ଉଇଁ
କାନେ କାନେ କହେ ହେ ଓଡିଆ ପୁଅ
         ଆଳସ୍ୟ ହଟାଅ ତୁହି ।
ହସି ହସି ଆସେ ନୂଆ ବରଷ ଯେ
         ପ୍ରିତିର ପରଶ ନେଇ |
ଅପ୍ରେଲ ୧୪ ପଣା ସଂକରାନ୍ତି
         ଓଡିଶାର ଗର୍ବ ଏହି ।
ବୀର ହନୁମାନ ଜୟନ୍ତୀ ଅଟଇ
         ରାମଙ୍କର ଶ୍ରେଷ୍ଠ ଭକ୍ତ
ଓଡ଼ିଆ ପୁଅର ପରିଚୟ ଏହୁ
         ଓଡିଆ ଭାଷା ସନ୍ତକ ।
ସାତ୍ତ୍ଵିକ ଭୋଜନେ ଓଡିଆ ପୁଅଟି
         ନବ ବର୍ଷ ପାଳେ ମିଶି
କି ସୁନ୍ଦର ମୋ ପରମ୍ପରା ଏହୁ
         ଭୁଲିନି ଓଡ଼ିଆ ଜାତି ।
ପରମ୍ପରା ଆଉ ସଂସ୍କୃତି ପାଖରେ
         ଓଡିଆ ହୋଇଛି ବନ୍ଧା
ନାହିଁ ମଧୁବାବୁ ଅଛି ଏ ଜାତିଟା
         ସ୍ୱାଭିମାନେ ଟେକି ମଥା ।
ଭିନ୍ନ ରୂପେ ଏହି ନବ ବରଷକୁ
        ପାଳୁଛି ଓଡିଆ ପୁଅ
ସ୍ଵାଗତ ସ୍ଵାଗତ ଆହେ ନବ ବର୍ଷ
         ସର୍ବେ ଶୁଭଙ୍କର ହୁଅ ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୨୫/୪/୨୦୨୩-----୧୧,୩୫ Sakhigopal News,25/4/2023

               

Blog Archive

Popular Posts