Breaking News

ଅବକାରୀ ବିଭାଗର ଚଢ଼ାଉ. ଦୁଇଶହ ଲିଟର ଦେଶୀମଦ ଜବତ , ବ୍ୟାପକ ପୋଚ ନଷ୍ଟ


 
ଭଞ୍ଜନଗର - ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଗଣ୍ଡାଧାର ଓ ହନୁଖାଲିଆ ଗ୍ରାମ ନିକଟରେ ଚଢ଼ାଉ କରିଛି ।  ବେଆଇନ ରନ୍ଧାମଦ ଭାଟି ଉପରେ ଚଢ଼ାଉ କରି ୨୦୦ଲିଟର ଦେଶି ମଦ ଜବତ ସହ ୩୦୦୦ରୁ ଉର୍ଦ୍ଧ୍ବ ପୋଚ ନଷ୍ଟ କରିଥିବା ନେଇ  ସୂଚନା ଦେଇଛନ୍ତି  ଭଞ୍ଜନଗର ଅବକାରୀ ଅଧିକାରୀ ଆଶୁତେଷ ନାୟକ । ଅବକାରୀ ଅଧିକ୍ଷକ ଦେବୀ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢାଉ କରାଯାଇଥିଲା । ସୂଚନା ପ୍ରକାରେ,  ଜଗନ୍ନାଥପ୍ରସାଦ ଅଞ୍ଚଳରେ ବେଆଇନ ଭାବେ ରନ୍ଧାମଦ ତିଆରି କରି ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଉଥିବା ଖବର ପାଇ ଅବକାରୀ ବିଭାଗ ନିକଟରେ ପହଞ୍ଚିଥିଲା ।  ଭଞ୍ଜନଗର ଅବକାରୀ ଅଧିକାରୀ ଶ୍ରୀ ନାୟକ ଓ ଏସଆଇ ଶ୍ରୀମତୀ ମାଝି ଙ୍କ ସମେତ କର୍ମଚାରୀ ମାନେ ,  ସଂପୃକ୍ତ ଦୁଇଟି ଗାଁ ରେ ଚଢ଼ାଉ କରି ଦେଶୀମଦ ଜବତ କରିବା ସହ ବିପୁଳ ପରିମାଣର ପୋଚ ନଷ୍ଟ କରିଥିଲେ । ଏହି ସମୟରେ ଘଟଣା ସ୍ଥଳରୁ ଅଭିଯୁକ୍ତ ମାନେ ଚମ୍ପଟ ମାରିଥିଲେ । ଚଢାଉରେ ଏସଆଇ ଅଲ୍ଲିଭା ମାଝି, ଏଏସଆଇ ନିରଞ୍ଜନ ବେହେରା , ସନାତନ ନାହକ, ସୁବଳ ପ୍ରଧାନ, କୃଷ୍ଣଚନ୍ଦ୍ର ସେଠୀ, ଜଗନ୍ନାଥ ମହାପାତ୍ର ଓ ସ୍ବାଧୀନ ସାହୁ ପ୍ରମୁଖ ସାମିଲ ହୋଇଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୪/୨୦୨୩----୮,୫୫ Sakhigopal News,29/4/2023

Blog Archive

Popular Posts