Breaking News

ଗଞ୍ଜେଇ ଧରି ବସ୍ କୁ ଅପେକ୍ଷା କରିଥିବା ବେଳେ . ଅବକାରୀ ବିଭାଗ ର ଚଢ଼ାଉ , ଯୁବକ ଗିରଫ




ଭଞ୍ଜନଗର - ଭଞ୍ଜନଗର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ନିକଟରେ ଅବକାରୀ ବିଭାଗର ଚଢ଼ାଉ । ଅଖାରେ ଗଞ୍ଜେଇ ଧରି ବସକୁ ଅପେକ୍ଷାକରିଥିବା ବେଳେ ଜଣେ ଯୁବକଙ୍କୁ ଗିରଫ କରିଛି ଭଞ୍ଜନଗର ଅବକାରୀ ବିଭାଗ  । ଯୁବକଙ୍କ ଠାରୁ ୫ କିଲୋ  ଗଞ୍ଜେଇ ଜବତ ହୋଇଛି ।  ଗିରଫ ଯୁବକ  ଜଣକ ହେଲେ କନ୍ଧମାଳ ଜିଲ୍ଲା,ଫିରିଙ୍ଗିଆ ଥାନା ଅନ୍ତର୍ଗତ ଢିଙ୍ଖିରୀ ଗ୍ରାମର ନିତ୍ୟାନନ୍ଦ ମଲ୍ଲିକ । ଅବକାରୀ ଅଧିକ୍ଷକ ଦେବୀ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢାଉ କରାଯାଇଥିଲା । ସୂଚନା ପ୍ରକାରେ ଫିରିଙ୍ଗିଆ ଅଞ୍ଚଳରୁ ଗଞ୍ଜେଇ ଧରି ଭୁବନେଶ୍ୱର ଅଭିମୁଖେ ଯିବା ପାଇଁ  ଦୁର୍ଗାପ୍ରସାଦ ଗ୍ରାମ ନିକଟରେ ବସକୁ ଅପେକ୍ଷା କରିଥିଲେ ଯୁବକ ଜଣକ ।  ଭଞ୍ଜନଗର ଅବକାରୀ ବିଭାଗ ଅଧିକାରୀ ଅଲ୍ଲିଭା ମାଝି ସମେତ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ବେଳେ କୈଣସି ସୁତ୍ରରୁ ଖବର ପାଇଥିଲେ। ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ଯୁବକ ଙ୍କୁ ଗିରଫ କରିଥିଲା ପୋଲିସ।  ଗିରଫ ଅଭିଯୁକ୍ତ ଯୁବକଙ୍କୁ ଅବକାରୀ ଥାନା କେସନଂ ୭/୨୩-୨୪ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଭଞ୍ଜନଗର ଅବକାରୀ ଅଧିକାରୀ ଅଲ୍ଲିଭା ମାଝି ସୁଚନା ଦେଇଛନ୍ତି । ଚଢାଉରେ ଏଏସଆଇ ନିରଞ୍ଜନ ବେହେରା ,ସନାତନ ନାହକ,ସୁବଳ ପ୍ରଧାନ, କୃଷ୍ଣଚନ୍ଦ୍ର ସେଠୀ, ଜଗନ୍ନାଥ ମହାପାତ୍ର ଓ ସ୍ବାଧୀନ ସାହୁ ପ୍ରମୁଖ ସାମିଲ ହୋଇଥିଲେ। ଅବକାରୀ ଅଧିକାରୀ ଶ୍ରୀମତୀ ମାଝି କହିଛନ୍ତି ଏହି ଚଢାଉ ଜାରି ରହିବା  ଦ୍ବାରା ବେଆଇନ ଭାବେ ରନ୍ଧାମଦ ସହ ଚେରାରେ ଚାଲାଣ ହେଉଥିବା ନିଶା କାରବାର କୁ  ରୋକି ହେଇପାରିଛ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭,୦୦ Sakhigopal News,20/4/2023

Blog Archive

Popular Posts