ସତ୍ୟବାଦୀରେ କବିତା ଆସର ସହିତ ପୁସ୍ତକ ଉନ୍ମୋଚିତ
ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟ ଶ୍ରୀ ଗୋପାଳ ଭବନ ପରିସରରେ ଭାରତ ବିକାଶ ପରିଷଦ ପକ୍ଷରୁ ଓଡିଆ ନବବର୍ଷ ପାଳନ ସହ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବ୍ଳକ ସ୍ଥିତ ବୋଳକଣା ଗ୍ରାମର ଫକୀର ଚରଣ ପାଢ଼ୀଙ୍କ ରଚିତ ଶିଷ୍ଟାଚାର ପୁସ୍ତକ ଓ ପରିବେଷବିତ୍ତି ହୃଷିକେସ ପାଢ଼ିଙ୍କ ପରିବେଶ ସୁରକ୍ଷା ବାର୍ତ୍ତା ବ୍ୟାନର ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ଭାରତ ବିକାଶ ପରିଷଦର ରାଷ୍ଟୀୟ ସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ସଭାପତିତ୍ୱ କରିଥିଲେ । ଅନ୍ୟ ତମ ଅତିଥି ଭାବେ ଭାରତ ବିକାଶ ପରିଷଦର ରାଜ୍ୟ ପୁର୍ବ ପ୍ରାନ୍ତ ସଚ୍ଚିବ ସତ୍ୟବାଦୀ ଦାଶ, ଡ. ବୃନ୍ଦାବନ ରଥ ଓ ନବଘନ ଶତପଥୀ ପ୍ରମୁଖ ଯୋଗ ଦେଇ ଆଜି ହେଉଛି ଉତ୍କଳର ନବବର୍ଷ । ଯେଉଁ ମାଟିରେ ଆଜି ସାହିତ୍ୟ ସଭାର ଆୟୋଜନ କରାଯାଉଛି ସେଇ ମାଟିରେ ଆଜିବି ସାହିତ୍ୟ ବା ଓଡିଆ ଭାଷା ମହକୁଛି ବୋଲି ଯୋଗ ଦେଇଥିବା ଅତିଥି ମାନେ ମତ ପ୍ରକାଶ କହିଥିଲେ । ଏହି ଅବସରରେ ପ୍ରମିଳା ପଟ୍ଟନାୟକ, ସୁନନ୍ଦା ମହାନ୍ତି, ବିଜୟ କୁମାର ପଣିଡା, ସମ୍ପଦ ବେହେରା, ସଂଯୁକ୍ତା ନନ୍ଦ, ନଳିନୀ ପ୍ରଭା ପଟ୍ଟନାୟକ, କମଳନୀ ପ୍ରାଣିଗ୍ରାହୀ, ରତ୍ନାକର ଜେନା, ବିଜୟ ପଟ୍ଟନାୟକ, ସଚ୍ଚିକାନ୍ତ ବିଶ୍ୱାଳ, କୃପାନିଧି ପ୍ରଧାନ, ହିମାଶୁ ମହାପାତ୍ର, ବନ୍ଦନା ମହାପାତ୍ର, ରବୀନ୍ଦ୍ର ନାଥ ଷଡଙ୍ଗୀ, ଦାଶରଥି ମହାନ୍ତି,ବିଜୟ କୁମାର ପରିଡା, ହୃଷିକେସ ପାଢ଼ୀ ପ୍ରମୁଖ ବିଭିନ୍ନ ଅଞ୍ଚଳରୁ ଯୋଗଦେଇଥିବା ପ୍ରାୟ ୫୦ ଜଣ କବି କବୟତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । କବି ମାନସ ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ପ୍ରସାଦ ଭକ୍ତି ସଂଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ସୁନିଲ କୁମାର ବେହେରା, ବିଷ୍ଠିୁ ପ୍ରସାଦ ମହାରଣା, ଆଇନଜୀବୀ ସୁଶାନ୍ତ କୁମାର ରଥ, ଉପେନ୍ଦ୍ର ବିଶ୍ୱାଳ ନିହାର ରଞ୍ଜନ ସ୍ୱାଇଁ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ଶିକ୍ଷକ ବିଜୟ କୁମାର ପରିଡା ଧନ୍ୟବାଦ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୪/୨୦୨୩---୭.୧୫ Sakhigopal News, 15/4/2023