ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଜନନେତା ସ୍ଵର୍ଗତ ହେମାନନ୍ଦ ବିଶ୍ଵାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ରକ୍ତଦାନ ଶିବିର
ବରଗଡ଼---- ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଜନନେତା ସ୍ଵର୍ଗତ ହେମାନନ୍ଦ ବିଶ୍ଵାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା ରକ୍ତ ଭଣ୍ଡାର ଠାରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହେଇଯାଇଅଛି । ଏହି ଶିବିର କୁ ସାମାଜିକ ଅନୁଷ୍ଠାନ ତଥା ରକ୍ତଦାନ ସଂଗଠନ ତ୍ୟାଗ ଓ ଦି କ୍ଲବ ଇନ୍ଦିରା ତରଫରୁ ଆୟୋଜନ କରାଯାଇଥିଲା । ଏହି ଅବସରରେ ସ୍ଵେଚ୍ଛାକୃତ ରକ୍ତଦାତା ମାନେ ୧୫୦ ୟୁନିଟ୍ ରକ୍ତ ଦାନ କରିଥିଲେ। ବୁର୍ଲା ର ରକ୍ତ ଭଣ୍ଡାର ଅଧିକାରୀ ଓ ଟେକନିସିଆନ ମାନେ ରକ୍ତ ସଂଗ୍ରହ କରିଥିଲେ। ଶ୍ରୀ ବିଶ୍ବାଳଙ୍କ ପ୍ରତି ଛବି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପ ମାଲ୍ୟାର୍ପଣ ସହିତ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଅବସରରେ ସମାଜ ରେ ସେବା କରୁଥିବା କିଛି ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ମାନଙ୍କୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା। ସେବା ଓ ରକ୍ତଦାନ, କରୋନା ସମୟରେ ସେବା ଓ ସଚେତନତା ପାଇଁ ବରଗଡ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ମୁକୁନ୍ଦ ଦାଶ ଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୬/୪/୨୦୨୩----୭,୨୦ Sakhigopal News,26/4/2023