Breaking News

ଶ୍ରୀ ରାଧାବିନୋଦ ବିହାରୀ ଠାକୁରଙ୍କ ପୀଠରେ ଭାଗବତ ପାରାୟଣ ପ୍ରସ୍ତୁତି ବୈଠକ



ସାକ୍ଷୀଗୋପାଳ---- ଐତିହ୍ୟ ଗ୍ରାମ ତଥା ପୁଣ୍ଯାତ୍ମା ଗୋପବନ୍ଧୁଙ୍କ ଙ୍କ କୂଳ ଦେବତା ଶ୍ରୀ ରାଧାବିନୋଦ ବିହାରୀ ଠାକୁରଙ୍କ ପୀଠରେ ଭାଗବତ ପାରାୟଣ କରାଯିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି  । ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିରେ ଅଧିବାସ କରାଯାଇ ନବମୀ ତିଥିରେ ପାରାୟଣ ଆରମ୍ଭ ହୋଇ ପୂର୍ଣ୍ଣମୀରେ ଉଦଯାପିତ ହେବ  । ଠାକୁରଙ୍କ ଭଜନ ମଣ୍ଡପରେ ଉତ୍କଳମଣି ଭାଗବତ ପ୍ରଚାର ସମିତି - ଓଡ଼ିଶା ପକ୍ଷରୁ ଆୟୋଜିତ ସଭାରେ   ରାଧାକାନ୍ତ ଦାଶଙ୍କ ଅଧ୍ଯକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ପଧାନୀ ବ୍ରୁନ୍ଦାବନ ସମସ୍ତଙ୍କ ପରିଚୟ ପ୍ରଦାନ କରିଥିଲେ  । ସାତଦିନ ଧରି ସକାଳେ ମଙ୍ଗଳ ଆଳତି,  ଭଜନ କୀର୍ତ୍ତନ ସହ ଭକ୍ତମଣ୍ଡଳୀଙ୍କ ଦ୍ୱାରା ଗ୍ରାମ ପରିକ୍ରମା କରାଯାଇ ମଙ୍ଗଳାଚରଣ ପାଠ, ଠାକୁରଙ୍କ ରାଧାବଲ୍ଲଭ ଭୋଗ, ଆଳତି, ପୁଷ୍ପାଞ୍ଜଳି ପରେ ଶ୍ରୀ ମଦ ଭାଗବତ ପାରାୟଣ ଆରମ୍ଭ କରାଯାଇ ସନ୍ଧ୍ଯା ପାଞ୍ଚଟା ପର୍ଯ୍ୟନ୍ତ କରାଯିବ  । ଠାକୁରଙ୍କ ଆଳତି ପରେ ସଂକିର୍ତ୍ତନ ଓ ଓଡିଶାର ଲବ୍ଧ ପ୍ରତିଷ୍ଠ ସାହିତ୍ଯିକ ଓ ପ୍ରବଚକମାନେ ଭାଗବତ ତତ୍ୱ ସଂପର୍କରେ ଆଲୋଚନା କରିବେ ବୋଲି ନିଷ୍ପତ୍ତି ନିଆଯାଇଛି  । ଏହି ଆଲୋଚନା ରେ ରାଜ୍ଯ ର ବିଭିନ୍ନ ଜିଲ୍ଲାରୁ ନଗେନ୍ଦ୍ର କୁମାର ଦତ୍ତ, ଅର୍ଜୁନ ପରମଗୁରୁ, ଜଟାଧାରୀ ମିଶ୍ର, କୈଳାସ ଚନ୍ଦ୍ର ମିଶ୍ର, ଶିବନାରାୟଣ ଆଚାର୍ଯ୍ୟ, ଜଗନ୍ନାଥ ରଥ, ଗୋବିନ୍ଦ ଚନ୍ଦ୍ର ଫାରକ, ଲକ୍ଷ୍ମିଧର ସାମନ୍ତରାୟ, କିଶୋର ଚନ୍ଦ୍ର ଭଞ୍ଜ, ବ୍ରଜେନ୍ଦ୍ର କୁମାର ଭଞ୍ଜ, ବିରଞ୍ଚିନାରାୟଣ ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବାସୁଦେବ ସାହୁ ଧନ୍ଯବାଦ ଦେଇଥିବା ବେଳେ ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ  । ସାତଦିନ ଧରି ଶ୍ରୀ ବିନୋଦ ବିହାରୀ ଠାକୁରଙ୍କ ସ୍ୱତନ୍ତ୍ର ପୂଜାଅର୍ଚ୍ଚନା କରାଯିବ ବୋଲି ସ୍ଥିର କରାଯାଇ ଥିଲା  । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୨/୪/୨୦୨୩----୬,୨୦ Sakhigopal News,22/4/2023

Blog Archive

Popular Posts