ବାଲିଗୁଡା ମା ପାଟଖଣ୍ଡା ଠାକୁରାଣୀ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନା
କନ୍ଧମାଳ--- ବାଲିଗୁଡା ରେ ପ୍ରସିଦ୍ଧ ମା ପାଟଖଣ୍ଡା ଠାକୁରାଣୀ ଙ୍କ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନା ହୋଇଛି |ରୀତିନୀତି ଅନୁଯାୟୀ ସକାଳେ ଶୁଭ ଖୁଣ୍ଟି ପାଇଁ ପୂଜକ ପୂଜା ଅର୍ଚନା ପରେ ମନ୍ଦିରରୁ ବାଉଁଶ ଅଣାଯାଇଥିଲା |ସନ୍ଧ୍ୟା ରେ ମା ପାଟଖଣ୍ଡା ଙ୍କ ସନ୍ଧ୍ୟା ଆଳତି ପରେ ପାଟପାଟୁଆର ରେ ମା ପାଟଖଣ୍ଡା ମନ୍ଦିର ରୁ ଶୁଭଖୁଣ୍ଟି ଆଣି ଅସ୍ଥାୟୀ ମନ୍ଦିର ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇ ପ୍ରତିଷ୍ଠା ହୋଇଛି |ମୂଖ୍ୟ ଅତିଥି ସାଂସଦଙ୍କ ପ୍ରତିନିଧି ତଥା ବିଜେଡି ବ୍ଲକ ସଭାପତି ଟୁନା ଦାସ ପାଟ ପଟୁଆର ରେ ଶୁଭ ଖୁଣ୍ଟି ଧରି ବରାଳ ଦେବୀ ନିକଟରେ ଥିବା ଅସ୍ଥାୟୀ ମନ୍ଦିର କୁ ଯାଇ ଥିଲେ | ସେଠାରେ ପୁରୋହିତ ପୂଜା ଅର୍ଚନା କରି ଶୁଭ ଖୁଣ୍ଟି ସ୍ଥାପନ କରିଥିଲେ |ଏହା ଆସନ୍ତା ତେଇଶି ତାରିଖ ଅକ୍ଷୟ ତୃତୀୟା ଦିନ ଠାରୁ ମେ ମାସ ତେର ତାରିଖ ପର୍ଯ୍ୟନ୍ତ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବ | ମା ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ଆୟୋଜିତ ହେବ | କମିଟି ର ସଭାପତି ଲୋକନାଥ ପାଢ଼ୀ,ସମ୍ପାଦକ ଶ୍ରୀନିବାସ ରାଓ,ସହ ସମ୍ପାଦକ ସୁଜିତ ପାଳ, ଭଗବତି ସାବତ,କୋଷାଧ୍ୟକ୍ଷ ନାଗେଶ୍ୱର ରାଓ, ସୀତାରାମ ଦାସ ମଦନ ମୋହନ ପାଢ଼ୀ, ଶିବ ରାମ ପ୍ରଧାନୀ,ପବିତ୍ର ପାଢ଼ୀ ଉପସ୍ଥିତ ଥିଲେ |ଦେଶୀ ବେହେରା ରୂପେ ଶ୍ରୀନିବାସ ଦୋରା ଓ ତାଙ୍କ ଧର୍ମ ପତ୍ନୀ ମୂଖ୍ୟ ଘଟ ଧରିବା କାର୍ଯ୍ୟକ୍ରମ ରହିଛି | ଆରାଧ୍ୟ୍ୟ ଦେବୀ ମା ପାଟଖଣ୍ଡା ସମେତ ଗ୍ରାମ ଦେବୀ ଙ୍କ ର ଘଟ ପ୍ରତ୍ୟେକ ସାହି ରେ ଘଟ ପରିକ୍ରମା କରି ସାହି ବୁଲିବେ |ଏଥିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର କମିଟି ପକ୍ଷରୁ ସୂଚନା ରହିଛି | କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୮/୪/୨୦୨୩----୧୦,୪୫ Sakhigopal News,18/4/2023