Breaking News

ଦାଦା ବଟି ନ ଦେବାରୁ ହେଟୋଲ ମାଲିକଙ୍କୁ ଆକ୍ରମଣ ; ଦୁଇ ଯୁବକ ଗିରଫ


ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅଞ୍ଚଳରେ ନିଶା ବେପାର ବଡି ଚାଲିଛି । ଯାହା ଫଳରେକି ଲୁଟ, ତରାଜ, ରାହଜାନୀ, ମାରପିଟ, ଡକାୟତି ବଡିଚାଲିଛି । ଥାନାକୁ ନାମକୁ ମାତ୍ର କିଛି କେସ ଆସୁଛି । ଜଣସାଧାରଣଙ୍କର ପୋଲିସ ଉପରୁ ଆସ୍ଥା ତୁଟି ଗଲାଣି ।  ସୁଚନାଯୋଗ୍ୟ ଯେ ୩୧୬ନଂ ଜାତୀୟ ରାଜପଥର ବୀରଗୋବିନ୍ଦପୁର ଛକ ନିକଟରେ ମା ଦକ୍ଷୀଣକାଳି ନାମରେ ଏକ ହେଟୋଲ ପୁରୀ ବଳଗଣ୍ଡି ସାହିର ନରେନ୍ଦ୍ର ହରିଚନ୍ଦନ ଭଡା ସୁତ୍ରରେ ନେଇ ନିଜ ପରିବାର ପତିପୋଷଣ କରି ଆସୁଛନ୍ତି । ବୀରଗୋବିନ୍ଦପୁର ଦାଣ୍ଡସାହିର କାହ୍ନ ବେହେରା ମୁନା ବେହେରା ଦୁଇ ଭାଇ ହୋଟେଲ ମଧ୍ୟକୁ ଆସି ହୋଟେଲ କର୍ମଚାରୀଙ୍କ ବକାବନା କରିବା ସହ ମାଡ ମାରିଥିଲେ ।ଏହାକୁ ନରେନ୍ଦ୍ର ବିରୋଧ କରିବାରୁ ଦୁଇ ଭାଇ ନରେନ୍ଦ୍ରକୁ ଆକ୍ରମଣ କରିଥିଲେ । ମାତ୍ର ଗଣ୍ଡଗୋଳ ସମୟରେ କୌଣସି ସୁତ୍ରରୁ ଖବର ପାଇ ପିସିଆର ଭ୍ୟାନ ସେଠାରେ ପହଞ୍ଚି କାହ୍ନ ଇ ମୁନାଙ୍କୁ କାବୁ କରିଥିଲେ । ନରେନ୍ଦ୍ରଙ୍କ ଅଭିଯୋଗ କ୍ରମେ ୧୪୩/୨୦୨୩ରେ ଏକ ମାମଲା ରୁଜ କରାଯାଇ ଦୁଇ ଭାଇଙ୍କୁ କୋଟଚାଲାଣ କରାଯାଇଥିବା ସତ୍ୟବାଦୀ ଥାନା ଆଇଆଇସିଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୪/୨୦୨୩---୭,୧୦   Sakhigopal News, 29/4/2023

Blog Archive

Popular Posts