Breaking News

ସତ୍ଯବାଦୀ ବିଧାୟକ ଓ କଳିଙ୍ଗ ମାଇନିଂ କର୍ପୋରେସନ ଲିମିଟେଡ ପକ୍ଷରୁ ସହିଦ ଦେବାଶିଷ ପରିବାରଙ୍କୁ ସହାୟତା ପ୍ରଦାନ




 
ସାକ୍ଷୀଗୋପାଳ ------ ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତର ଖଣ୍ଡାୟତ ସାହିର ସହିଦ ଦେବାଶିଷ ଙ୍କ ଘରେ ସତ୍ଯବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ କଳିଙ୍ଗ ମାଇନିଂ କର୍ପୋରେସନ ଲିମିଟେଡ ର ଅତିରିକ୍ତ ପରିଚାଳକ ସୌମ୍ୟ ରଞ୍ଜନ ସାମଲଙ୍କ ତତ୍ବାବଧାନରେ ଏକ ଟିମ ପ୍ରମୁଖ  ପହଞ୍ଚି ସହିଦ ପରିବାରଙ୍କୁ  ସମବେଦନା ଜଣାଛନ୍ତି  । ଏହି ପରିପ୍ରେକ୍ଷୀରେ ବିଧାୟକ ଏକଲକ୍ଷ ଟଙ୍କା ଦେବାଶିଷ ଙ୍କ ପତ୍ନୀ ଙ୍କୁ ଦେଇଥିଲେ  । ସେହିପରି ୨ଲକ୍ଷ ୫୦ ହଜାର ଟଙ୍କା ଦେବାଶିଷ ଙ୍କ ପତ୍ନୀ ଓ କୁନିଝିଅଟିର     ଭବିଷ୍ଯତ ପାଇଁ ଦେଇଥିବା ବେଳେ ୨ଲକ୍ଷ ୫୦ ହଜାର ଟଙ୍କା ତାଙ୍କ ପରିବାରକୁ କଳିଙ୍ଗ ମାଇନିଂ କର୍ପୋରେସନ ଲିମିଟେଡ ର ଅଧିକାରୀ ମାନେ ଦେଇଥିଲେ  । ସତ୍ଯବାଦୀ  ହେଉଛି  ତ୍ଯାଗର ମାଟି । ଦେଶମାତୃକାର ସେବା କରି ନିଜ ଜୀବନ ବଳିଦାନ ଦେଇଥିବା ସତ୍ଯବାଦୀର ଖଣ୍ଡାୟତ ସାହିର ସୁଯୋଗ୍ୟ ସନ୍ତାନ ଦେବାଶିଷଙ୍କ ତ୍ଯାଗ ବ୍ଯର୍ଥ ଯିବନାହିଁ ବୋଲି ବିଧାୟକ ଶ୍ରୀ ସାମନ୍ତରାୟ କହିଥିଲେ  । ବୀରପ୍ରସବିନୀ ଉତ୍କଳଜନନୀ ଦେବାଶିଷ ଙ୍କ ଭଳି କୀର୍ତ୍ତୀମାନ ପୁରୁଷଙ୍କୁ  ଜନ୍ମ ଦେଇ ଦେଶ ଜାତିର ଗୌରବ ବ୍ରୁଦ୍ଧି କରିଛନ୍ତି  । ଶ୍ରୀ ଜଗନ୍ନାଥ ମହାପ୍ରଭୁ ଏଭଳି ଦାରୁଣ ଦୁଖ ସହିବାର ଶକ୍ତି ପରିବାଙ୍କୁ ଦିଅନ୍ତୁ ବୋଲି ହାତଯୋଡି ପ୍ରାର୍ଥନା କରିଥିଲେ ବିଧାୟକ ଓ ସାଙ୍ଗରେ ଯାଇଥିବା ଅନ୍ୟ ମାନେ। ଅନ୍ଯମାନଙ୍କ ମଧ୍ଯରେ ପଞ୍ଚାୟତ ସମିତି ଅଧ୍ଯକ୍ଷ ସୁନିଲ କୁମାର ପଣ୍ଡା, ବ୍ଲକ ବିଜେଡି ସଭାପତି ପ୍ରମୋଦ ରାଉତରାୟ, ଜିଲାପରିଷଦ ସଭ୍ଯ ନାରାୟଣ ରାଉତରାୟ, ଅଳଗୁମ ସରପଞ୍ଚ ପୁଷ୍ପାଞ୍ଜଳି ବିଶ୍ୱାଳ, ସରପଞ୍ଚ ଚିନ୍ମୟ ରାଉତ, ସମିତି ସଭ୍ଯ ବସନ୍ତ ବିଶ୍ୱାଳ,ଜୟପୁର ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ, ସୁବାସ ପ୍ରଧାନ, ଯଯାତିକେଶରୀ ରାୟ ଓ ପ୍ରକାଶ ଖଟେଇ ପ୍ରମୁଖ ଉପସ୍ଥିତ ହୋଇ ସମବେଦନା ଜଣାଇ ଥିଲେ  ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୪/୨୦୨୩-----୬,୪୫ Sakhigopal News,28/4/2023

Blog Archive

Popular Posts