ସତ୍ୟବାଦୀରେ ବିଜୁବାବୁଙ୍କ ୨୬ତମ ଶ୍ରାଦ୍ଧଦିବସ ପାଳିତ
ସାକ୍ଷୀଗୋପାଳ----- ପୁରୀ-ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥର ସତ୍ୟବାଦୀ ବ୍ଳକ ଛକ ସ୍ଥିତ ବାଟମହାବୀରଙ୍କ ମନ୍ଦିର ନିକଟରେ ସ୍ମୃତି ସଂସଦ ସତ୍ୟବାଦୀ ପକ୍ଷରୁ ବିଜୁବାବୁଙ୍କ ୨୬ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ୨୬ ବର୍ଷ ତଳେ ସେହି ବିଜୁବାବୁଙ୍କୁ ଭଳ ପାଉଥିବା ସତ୍ୟବାଦୀର କିଛି ବିଜୁପ୍ରେମୀ ମାନେ ଜାଙ୍କର ୨୬ତମ ଶ୍ର।।ଦ୍ଧ ଦିବସ ପାଳନ କରିଛନ୍ତି । ସ୍ମୃତି ସଂସଦର ସଭାପତି ଅନନ୍ତ ମହାପାତ୍ର ଙ୍କ ସଭାପତିତ୍ୱରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଅତିଥି ଭାବେ ବିଶ୍ୱନାଥପୁର ଗ୍ରାମ ପଞ୍ଚାୟତର ସରପଞ୍ଚସବେଶ୍ୱର୍ ଷଡଙ୍ଗୀଙ୍କ ସହିତ ରବୀନ୍ଦ୍ର ନାଥ ଶତପଥି, ନାରାୟଣ ରାଉତରାୟ, ଶ୍ରତୁଘ୍ନ ରାଉତ, କମଳାକାନ୍ତ ମିଶ୍ର ପ୍ରମୁଖ ଯୋଗଦେଇ ବିଜୁବାବୁଙ୍କ ଫଟୋ ଚିତ୍ରରେ ଫୁଷ୍ପମାଲ୍ୟ ଅର୍ପଣ କରିବା ସହ ଦୀପ ପ୍ରଜ୍ୱଳନ କରିଥିଲେ । ଓଡିଶାର ବରପୁତ୍ର ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁବାବୁଙ୍କ ସ୍ମୃତିଗାନ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୪/୨୦୨୩---୭.୨୦ Sakhigopal News, 17/4/2023