Breaking News

ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ବୈଠକ ଅନୁଷ୍ଠିତ



 
 ବରଗଡ---- ରବିବାର ଦିନ ବରଗଡ ଗାନ୍ଧୀ ଭବନ ଠାରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ବରଗଡ ଜିଲ୍ଲା  ଶାଖାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । "ଗଣତନ୍ତ୍ରରେ ସାମ୍ବାଦିକତାର ଭୂମିକା" ଉପରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଆଶୁତୋଷ ରଥ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାସ, ସମ୍ମାନୀତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବରଗଡ ଅମ୍ରିତ କୁମାର ପଣ୍ଡା, ବରିଷ୍ଠ ସାମ୍ବାଦିକ ବାଳାଜୀ ତରାସିଆ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜୀବୀ ନିଧୁବନ ବିହାରୀ ପ୍ରସାଦ ପଣ୍ଡା ଯୋଗଦେଇ ଗଣତନ୍ତ୍ରରେ ସାମ୍ବାଦିକତାର ଭୂମିକା ଉପରେ ଅତିଥିମାନେ ବିସ୍ତୃତ ଭାବେ ବୁଝାଇଥିଲେ । ସଂଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୋତିଲାଲ ବାଗ, ଊପ-ସଭାପତି କିଶନଲାଲ ଅଗ୍ରଓ୍ବାଲ, ସହ-ସମ୍ପାଦକ ଚୈତନ୍ୟ ବାଗ, ଜଗନ୍ନାଥ କୁମ୍ଭାର, ମୁକୁନ୍ଦ ଦାଶ, ଜଗବନ୍ଧୁ ସାହୁ, ଭବାନୀ ଶଙ୍କର ପାଢୀ, ପରମାନନ୍ଦ ମିଶ୍ର, ସଞ୍ଜିବ କୁମାର ଲୁହା, ଧରଣୀଧର ବାରିକ, ଜନକରାମ ଦାସ, ସଞ୍ଜିବ କୁମାର ଜେସଓ୍ବାଲ୍, ସଚିନ ଭୋଇ ପ୍ରମୁଖଙ୍କୁ ସଂଘର ସଦସ୍ୟତା ପରିଚୟ ପତ୍ର ଅତିଥିଗଣ ପ୍ରଦାନ କରିଥିଲେ । ଶେଷରେ ସଂଘର  ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୋତିଲାଲ ବାଗ ଧନ୍ୟବାଦ ଜ୍ଞାପନ କରିଥିଲେ ।

ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୬/୪/୨୦୨୩,୧୦,୦୦ Sakhigopal News,16/4/2023

Blog Archive

Popular Posts