Breaking News

ଅସହ୍ୟ ହେଲା ସ୍ତ୍ରୀ ନିର୍ଯ୍ୟାତନା . ନିଜ ତଣ୍ଟି ନିଜେ କାଟିଲା ସ୍ବାମୀ , ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି



ଭଞ୍ଜନଗର---- ସବୁବେଳେ ମୋ ସହ ଝଗଡା କଲା । ଥାନାରେ କେଶ୍ କରିବାକୁ ଧମକ ଦେଲା । ମହିଳା କମିଶନର କଥା କହି ଡରାଇଲା । ଯାହା ରୋଜଗାର କରୁଛ ସବୁ ମୋତେ ଦିଅ । ତୁମ ବାପା , ମା' ଙ୍କୁ ଦିଅ ନାହିଁ । ତୁମ ଭଳି ସ୍ବାମୀ ଥିଲେ କେତେ , ନଥିଲେ କେତେ । ତୁମେ ମରିଯାଅ । ସ୍ତ୍ରୀ ର ଏଭଳି ଧିକ୍କାର ବ୍ୟବହାର , ମୋତେ ବହୁତ୍ ବାଧିଲା । ସ୍ତ୍ରୀ ଠାରୁ ଏମିତି ବ୍ୟବହାର ପାଇ , ବଞ୍ଚିବା ରହିବା କଷ୍ଟକର ମନେହେଲା । ସେଥିପାଇଁ ପାଖ ଶିବ ମନ୍ଦିର କୁ ଗଲି । ସେଠାରେ ଭଗବାନ ଙ୍କୁ ସାକ୍ଷୀ ରଖି , ନିଜ ତଣ୍ଟି ନିଜେ କାଟି ଦେଲି । ଏମିତି କିଛି ହୃଦୟ ବିଦାରକ ଘଟଣା କୁ , ଆହତ ଅବସ୍ଥାରେ ମେଡିକାଲ ବେଡ୍ ରେ କହିଛି ଆହତ ଯୁବକ । ଭଂଜନଗର ଥାନା ଅନ୍ତର୍ଗତ କୁଲାଡ଼ ଗାଁ ରେ ଘଟିଛି ଏଭଳି ଘଟଣା । ଆହତ ଜଣକ କୁଲାଡ଼ ଉପରବାଗଦେବୀ ସାହିର ବାସୁଦେବ ସାହୁ ଙ୍କ ପୁଅ ଅଭିମନ୍ୟୁ ସାହୁ (୩୬) । କୁଲାଡ଼ ନିକଟ ଧନଞ୍ଜୟପୁର ଶିବ ମନ୍ଦିର ଆଗରେ , ବ୍ଳେଡ ସାହାଯ୍ୟରେ ନିଜ ତଣ୍ଟି କୁ ନିଜେ କାଟି ଗୁରୁତର ଆହତ ହୋଇଛନ୍ତି ।  ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଅଟୋ ଯୋଗେ  ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଛି । ଆହତ ଅଭିମନ୍ୟୁ ଏବଂ ତାଙ୍କ ବାପା , ଗଣମାଧ୍ୟମ କୁ ଦେଇଥିବା ସୂଚନା ପ୍ରକାରେ  ଗତ ଆଠବର୍ଷ ପୂର୍ବରୁ ମହେଶ୍ବରୀ ଙ୍କୁ ବିବାହ କରିଥିଲେ ଅଭିମନ୍ୟୁ । ତାଙ୍କର କନ୍ୟା ସନ୍ତାନ ଟିଏ ମଧ୍ୟ ଅଛି । ଅଭିମନ୍ୟୁ , ସ୍ତ୍ରୀ ସହ ସୁରଥ ରେ ରହି କାମ କରି
 ଆସୁଥିଲେ । ଗତ କିଛି ଦିନ ହେଲା ସେ ଗାଁ କୁ ଆସିଛନ୍ତି । ତେବେ ସ୍ତ୍ରୀ ସବୁବେଳେ  ଅଭିମନ୍ୟୁ ଙ୍କୁ ମାନସିକ ଯନ୍ତ୍ରଣା ଦେଇ ଆସୁଥିଲେ । ଏପରିକି ଶାଶୁ ଓ ଶଶୁର ଙ୍କ ଠାରୁ ଦୂରେଇ ରହିବା ଓ  ସ୍ବାମୀ ଯାହା ରୋଜଗାର କରୁଛନ୍ତି ସେ ସବୁ ନିଜକୁ ଦେବାପାଇଁ ଜିଦ୍ କରି ଆସୁଥିଲେ ।  ଏହା ବ୍ୟତୀତ ସ୍ବାମୀ ପ୍ରତି କଟୁ ମନ୍ତବ୍ୟ ଓ ଭର୍ତ୍ସନା ଅଧିକ କଷ୍ଟଦାୟକ ହୋଇଥିଲା ଅଭିମନ୍ୟୁ ଙ୍କ ପାଇଁ । ଶେଷରେ ଆତ୍ମହତ୍ୟା ଉଦ୍ୟମ କରି ଏଭଳି ଚରମ ନିଷ୍ପତ୍ତି ନେଲେ ବୋଲି ଅଭିମନ୍ୟୁ ନିଜେ କହିଛନ୍ତି । ଅଧିକାଂଶ ସମୟରେ ସ୍ତ୍ରୀ କୁ ନିର୍ଯ୍ୟାତନା ହେଉଥିବା ଘଟଣା ବିଭିନ୍ନ ସ୍ଥାନରେ ନଜରକୁ ଆସୁଛି । କିନ୍ତୁ ଜଣେ ସ୍ବାମୀ ପ୍ରତି ସ୍ତ୍ରୀ ର ଏଭଳି ନିର୍ଯ୍ୟାତନା ଓ ସ୍ବାମୀ ନିଜ ତଣ୍ଟି ନିଜେ କାଟିବା ଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ପାଲଟିଛି । ଏବେ ଗୁରୁତର ଅବସ୍ଥାରେ ସ୍ବାମୀ ଅଭିମନ୍ୟୁ  ଭଞ୍ଜନଗର ମେଡିକାଲ ରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୪/୨୦୨୩---୯,୪୫ Sakhigopal News,26/4/2023

Blog Archive

Popular Posts