ସାଲେପାଲି ରୁ ରେଶମ ଭାୟା ପଧାନ ପାଲି କେନାଲ ରାସ୍ତା ଏବେ ମରଣଯନ୍ତା ପାଲଟିଛି
ବରଗଡ଼ ---- ବରଗଡ ଜିଲ୍ଲା ଭେଡେନ ବ୍ଲକ ର ସାଲେପାଲି ରୁ ରେଶମ ଭାୟା ପଧାନପାଲି କେନାଲ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଜଳସେଚନ ବିଭାଗରୁ ଏହି ରାସ୍ତାପାଇଁ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଅନୁଦାନ ଆସିଥିବା ବେଳେ ଏହି ରାସ୍ତା ମେଟାଲ କାମ ସରିଯିବା ପରେ ଏକମାସରୁ ଅଧିକ ସମୟ ହେଲାଣି ପ୍ରାୟ ୮୦ %ରୁ ଉର୍ଦ୍ଧ୍ବ ମେଟାଲ ଉଠି ଗଲାଣି। ଏହି ରାସ୍ତାରେ ଚାଷୀ ,ଛାତ୍ରଛାତ୍ରୀ, କଲେଜ, ଶିକ୍ଷକ ଶିକ୍ଷୟିତ୍ରୀ, ଗାଡ଼ିମଟର, ଆମ୍ବୁଲାନ୍ସ ଇତ୍ୟାଦି ଯାତାୟତ କରନ୍ତି । ପ୍ରତିଦିନ ଅନେକ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଅଭିଯୋଗ କ୍ରମେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ତଥା ଭେଡେନ ବ୍ଲକ କଂଗ୍ରେସ କମିଟିର ସଭାପତି ରମେଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବ ରେ ଏକ ପ୍ରତିନିଧିଦଳ ଉକ୍ତ ରାସ୍ତା ପରିଦର୍ଶନ କରିଥିଲେ। ଏବେ ସତକଥା ପଦାକୁ ଆସିଛି।ସେଠାରେ କାର୍ଯ୍ୟ କରାଯାଉଥିବା କୌଣସି ସୂଚନା ଫଳକ ଲାଗି ନାହିଁ। କେମିତି କାର୍ଯ୍ୟ କରାଯାଉଛି ତାହା ସହଜରେ ଅନୁମେୟ। ଏଥିରୁ ଜଣା ପଡୁଛି ଯେ, ସମସ୍ତେ ମିଳିମିଶି ରାସ୍ତା ନିର୍ମାଣ ଟଙ୍କା ଆତ୍ମସାତ କରିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଠିକାଦାରଙ୍କ ସହିତ ଜଳସେଚନ ବିଭାଗର ପିଅନ ଠାରୁ ଇଂଜିନିୟର ସମସ୍ତେ ମିଳିମିଶି ଏହି ରାସ୍ତା ପାଇଁ ଆସିଥିବା ଅର୍ଥ ଲୁଟ କରିଛନ୍ତି ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି।ଏହା ସମ୍ପୂର୍ଣ୍ଣ ନୂତନ ଭାବରେ ମେଟାଲିଙ୍ଗ୍ ଓ ପିଚୁ ନହେଲେ କଂଗ୍ରେସ ଦଳ ପକ୍ଷରୁ ଭିଜିଲାନ୍ସ ତଦନ୍ତ କରାଯିବା ସହ ଆଗାମୀ ଦିନରେ ରାସ୍ତାରୋକ ତଥା ଆନ୍ଦୋଳନ କରାଯିବ ବୋଲି ପି ସି ସି ସଭ୍ଯ ତଥା ଭେଡେନ ବ୍ଲକ କଂଗ୍ରେସ କମିଟିର ସଭାପତି ଶ୍ରୀ ପଣ୍ଡା ଜଳସେଚନ ବିଭାଗକୁ ଚେତାବନି ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଭେଡେନ କଂଗ୍ରେସ କମିଟିର ସଭ୍ୟ ମାଧବ ସାହୁ,ଗୋବିନ୍ଦ ସାହୁ,କ୍ଷିରସିନ୍ଧୁ ଡାଙ୍ଗ,ଗଣେଶ କର୍ମି ମୂରଲୀ ନାୟକ ସମେତ ବହୁ ସଂଖ୍ଯାରେ ଜନସାଧାରଣ ଉପସ୍ଥିତ ଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ ,୨୦/୪/୨୦୨୩----୮,୧୦ Sakhigopal News,20/4/2023