Breaking News

ପୁରୀ ରଥଯାତ୍ରା ପାଇଁ ଭଞ୍ଜନଗର ରୁ ଦ୍ବିତୀୟ ପର୍ଯ୍ୟାୟ ରଥକାଠ ପୁରୀ ଅଭିମୁଖେ ବାହାରିଲା



ଭଞ୍ଜନଗର - ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ରୁ  ଦ୍ବିତୀୟ ପର୍ଯ୍ୟାୟ  ରଥକାଠ ପୁରୀ ଅଭିମୁଖେ ବାହାରିଲା। ଏହି ବନଖଣ୍ଡ ର କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ କାଳିଆମ୍ବା ସେକ୍ସନ ର ପୁରୁଣାପାଣି ଜଙ୍ଗଲ ରୁ  ୧୦ ଖଣ୍ଡ ଫାଶୀ କାଠ ବୋଝେଇ ଏକ ଟ୍ରକ ପୁରୀ ଅଭିମୁଖେ ଯାତ୍ରା କରିଛି। ଏଥିପାଇଁ ସକାଳୁ ପୁରୁଣାପାଣି ଗ୍ରାମ ଉତ୍ସବ ମୁଖର ହୋଇ ପଡ଼ିଥିଲା। ଗ୍ରାମର ଆବାଳ ବୃଦ୍ଧ ବନିତା ରଥକାଠ ନିକଟରେ ଏକାଠି ହୋଇ ପୂଜାର୍ଚ୍ଚନା କରିଥିଲେ। ଶଙ୍ଖ ହୁଳହୁଳି ଧ୍ବନିରେ ସମଗ୍ର ପରିବେଶ ମୁଖରିତ ହୋଇ ଉଠିଥିଲା। ପରେ ରେଞ୍ଜର କୁମର ବେହେରା ସପତ୍ନୀକ ପୁରୁଣାପାଣି ଗ୍ରାମ ରେ ପହଞ୍ଚି ସେଠାରେ ହୋମଦି ଯଜ୍ଞ କର୍ମ ସମାପନ କରିଥିଲେ। ପରେ ରଥକାଠ ଟ୍ରକରେ ଲୋଡ କରାଯାଇଥିଲା। ପୁରୁଣାପାଣି ରୁ ବୁଦୁଲି, ମଳାସପଦର ଆଦି ଗ୍ରାମରେ ରଥକାଠ ବୋଝେଇ ଟ୍ରକ କୁ ଲୋକମାନେ ପୂଜାର୍ଚ୍ଚନା କରିଥିଲେ। ଶେଷରେ ଏହା ବନଖଣ୍ଡ ଅଧିକାରୀ ଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବାପରେ ନଡିଆ ବାଡେଇ ଟ୍ରକକୁ ବିଦାୟ ଦିଆଯାଇଥିଲା। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ରେଞ୍ଜର କୁମର ବେହେରା, ବନପାଳ ଶରତ କୁମାର ମହାନ୍ତି, ବନରକ୍ଷୀ ସନ୍ତୋଷ କୁମାର ପାତ୍ର, ରଶ୍ମିତା ସେଠୀ ଓ ଅର୍ଚ୍ଚନା ବିଶୋୟୀ ଙ୍କ ସମେତ ଅବସରପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜୀ, ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଳପାଣି ଶତପଥୀ ଓ ବନଖଣ୍ଡ କାର୍ଯ୍ୟାଳୟ ର କର୍ମଚାରୀମାନେ ଉପସ୍ଥିତ ଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ ,୨୭/୪/୨୦୨୩-----୬,୫୫ Sakhigopal News,6,55

Blog Archive

Popular Posts