Breaking News

ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣୀ

 


ଭଞ୍ଜନଗର----ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ ଓ ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ  ଶ୍ରୀ ବିଜୟ କୁମାର ମଲ୍ଲିକ, ଭଂଜନଗର  ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର  ରାୟ,ଆଜିର ଏହି ଅଭିଯୋଗ ଶୁଣାଣି କରିଥିଲେ। ଏହି ଜନଶୁଣାଣୀ ରେ ସମୁଦାୟ 102ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା ।   ବ୍ୟକ୍ତିଗତ ଅଭିଯୋଗ 92ଟି ଥିବାବେଳେ ,ଗ୍ରାମୀୟ ଅଭିଯୋଗ 10 ଟି ଥିଲା । ଅତରିକ୍ତ ଜିଲ୍ଲାପାଳ ତ୍ୱରିତ 17ଟି ଅଭିଯାଗର ଫଇସଲା କରିଥିଲେ। ଆଜିର ଅଭିଯାଗ ସମୟରେ ଅତିରିକ୍ତ ଜିଲ୍ଲାପାଳ   16 ଜଣଙ୍କୁ  ବାର୍ଦ୍ଧକ୍ୟ,ବିଧବା ଭତ୍ତା ପ୍ରଦାନ କରିଥିଲେ ।  ଏହା ସହିତ ଅତିରିକ୍ତ ଜିଲ୍ଲାପାଳ ଜଣଙ୍କୁ ହୁଇଲ ଚେୟାର ପ୍ରଦାନ କରିଥିଲେ।,ଗ୍ରହଣ କରିଥିବା ଆବେଦନଗୁଡିକର ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇ ତୁରନ୍ତ  ଅଭିଯୋଗ ର ସମାଧାନ କରିବା ଦିଗରେ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଏହି ଅଭିଯୋଗ ଶୁଣାଣି ସମୟରେ  ଜିଲ୍ଲା ସାମାଜିକ ସୁରକ୍ଷା  ଅଧକାରୀ  କଲ୍ୟାଣୀ ଦାଶ,ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୀତାଂଶୁ କୁମାର ଶତପଥୀ,   ଭଞ୍ଜନଗର ସହାୟକ ଜିଲ୍ଲାପାଳ  ରାମଚନ୍ଦ୍ର  ମହାପାତ୍ର ,ଭଂଜନଗର ,ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ କୁମାର ମହାନ୍ତି,DWO ଅମୀୟ କୁମାର ମିଶ୍ର,ସାମାଜିକ ସୁରକ୍ଷା  ଅଧିକାରୀ  ଏସିଓ ଶବର ଏଷ୍ଟାବ୍ଲିଶମେଣ୍ଟ ଅଧିକାରୀ ଶ୍ରୀ ଅନିଲ କୁମାର ପଣ୍ଡା, ଭଞ୍ଜନଗର ଉପଖଣ୍ଡ ସୂଚନା  ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥୀ ଏବଂ ପ୍ରତ୍ୟେକ ବିଭାଗର ଅଧିକାରୀମାନେ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୪/୨୦୨୩----୮,୩୫ Sakhigopal News,17/4/2023

Blog Archive

Popular Posts