ଝିଟ ଥପା ଙ୍କ ଅକାଳ ବିୟୋଗରେ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ସମବେଦନା ଜଣାଇଲେ
ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ନାଗପାଲି ର ଗତ ୨୨ - ୪ - ୨୦୨୩ ଝିଲିମିଣ୍ଡା ଝାଉଁଜୋରନଦୀ ନିକଟରେ ବଜ୍ରପାତରେ ପ୍ରାଣ ହରାଇଥିଲେ। ରେମଣ୍ଡା ଗ୍ରାମ ପଞ୍ଚାୟତର ନାଗପାଲି ଗାଁ ର ଝିଟ ଥପା ଙ୍କ ଅକାଳ ବିୟୋଗରେ ଦୁଃଖ ପ୍ରକାଶ କରି ଅତାବିରା ନିର୍ବାଚନ ମଣ୍ଡଳୀ ର ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ତାଙ୍କ ଘରକୁ ଯାଇ ପରିବାର ସମସ୍ତ ସଦସ୍ୟ ମାନଙ୍କୁ ସମବେଦନା ଜଣାଇଥିଲେ । ଏବଂ ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ଯଥାଶୀଘ୍ର ପ୍ରଦାନ କରିବାକୁ ଆଶ୍ଵାସନା ଦେଇଛନ୍ତି । ନିଜ ତରଫରୁ ୫୦୦୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି ସମୟରେ ମୋହନ ଚନ୍ଦ୍ର ଦୋରା , କାଞ୍ଚନ ପାଣ୍ତେ , ରାମ ନାଗ ଙ୍କ ସହିତ ଗ୍ରାମ ର ସମସ୍ତ ଭଦ୍ର ବ୍ୟକ୍ତି ଥିଲେ ।
ଆଜି ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକଙ୍କ ନିର୍ଦ୍ଦେଶ କ୍ରମେ ହରିଶ୍ଚନ୍ଦ୍ର ଯୋଜନା ରୁ ୨୦୦୦ ଟଙ୍କା ପଞ୍ଚାୟତ କାର୍ଯ୍ୟାନିବାହୀ ଅଫିସର ରାଧାକାନ୍ତ ପ୍ରାଧାନ ମୃତ ଝିଟ ଥପାଙ୍କ ଧର୍ମପତ୍ନୀ ଶୁଭକେଶୀ ଙ୍କୁ ଗ୍ରାମବାସୀ ଉପସ୍ଥିତିରେ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ଦେଇଛନ୍ତି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୫/୪/୨୦୨୪----୮,୪୫ Sakhigopal News,25/4/2023