Breaking News

ବିଷଧର ସାପ କାମୁଡାରେ ମହିଳା ଗୁରୁତର



ଭଞ୍ଜନଗର -- ଘର ଭିତରେ କାମ କରୁଥିବା ବେଳେ  ବିଷଧର ସାପ କାମୁଡାରେ ବୟସ୍କ ମହିଳା ଗୁରୁତର  ।ତାରସିଂ ଥାନା ଅନ୍ତର୍ଗତ ଧନଞ୍ଜୟପୁର ଗାଁ ରେ ଘଟିଛି ଏଭଳି ଘଟଣା । ଆହତ ଜଣକ  ସେହି ଗ୍ରାମର ଜୟଶ୍ରୀ ଶତପଥୀ (୬୨) । ଖବର ନେବାରେ ଜଣାପଡିଛି  ମହିଳା ଜଣକ ସକାଳ ୮ଟା ରେ ରେଷେଇ କରିବା ପାଇଁ ଚାଉଳ ବାହାର କରୁଥିବା ବେଳେ ସେଠାରେ ଥିବା ଏକ  ବିଷଧର ସାପ ମହିଳାଙ୍କ ହାତକୁ କାମୁଡି ଦେଇଥିଲା ।  ଫଳରେ ସେ ଗୁରୁତର ହୋଇ ପଡିଥିଲେ । ଘଟଣା ସ୍ଥଳରୁ ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଧାର କରି  ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଆହତ ଜୟଶ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ତାନନ୍ତର କରାଯାଇଛି ।  ଏନେଇ  ଚିକିତ୍ସା କରୁଥିବା ଡାକ୍ତର ସୁଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୪/୨୦୨୩---୯,୧୦ Sakhigopal News,29/4/2023

Blog Archive

Popular Posts