Breaking News

ପ୍ରୟାସ ସଂଗଠନର ପ୍ରଥମ ସନ୍ନକ୍ଷତ୍ର ଦିବସ ପାଳିତ

 


ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପୁରୁଣାସେମେଶ୍ପରପୁର ଠାରେ ପ୍ରୟାସ ସଂଗଠନ ତାର ପ୍ରଥମ ସ୍ୱନ୍ନକ୍ଷତ୍ର ପାଳନ କରିବା ସହିତ ଅକ୍ଷୟ ତୃତୀୟା ଦିବସ ପାଳନ କରିଛି । ଅନୁଷ୍ଠାନର ସଭାପତି କୃଷ୍‌ୃଚନ୍ଦ୍ର ଜଗଦେବ ଓବିଜେପି  କୃଷିକ ମୋର୍ଚ୍ଚାଓ ଅନୁଷ୍ଠାନର ସମ୍ପାଦକ କାମାକ୍ଷା ପ୍ରଧାନ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପ୍ରାରମ୍ଭରୁ ଶହୀଦ  ବୀର ଦେବାଶିଷ  ପ୍ରଧାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯିବା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ଚୃଷିକର ଉନ୍ନତି ହେଲେ ଆମ ଦେଶ ନିଶ୍ଚିତ ଉନ୍ନତି ହେବ ବୋଲି ବିଜେପି ନେତା କାମାକ୍ଷା ପ୍ରଧାନ ଉପସ୍ଥିତ ଥିବା କୃଷକ ଓ ଜନସାଧାରଣଙ୍କୁ କହିଥିଲେ । ଏହି ଅବସରରେ ଗୋମାତାର ସେବା ସହିତ କିପରିଯତ୍ନ ନିଆଯାଇପାରିବ ଓ କୃଷି ଯତ୍ନପାତି ସଚେତନତା ଷ୍ଟଲ ଖୋଲାଯାଇଥିଲା । ଅନୁଷ୍ଠାନ ପକ୍ଷରୁ  ଅବସର ପ୍ରାପ୍ତ ରାଷ୍ଟପ୍ରତି ପୁରଷ୍କାର ପ୍ରାପ୍ତ ଶିକ୍ଷକ, ଅବସର ପ୍ରାପ୍ତ ସୈନିକ ଓ ଓପଳ ଚାଷୀ ମାନଙ୍କୁ ମାନପତ୍ର ସହିତ ଉପଢ଼ୌକନ ଦେଇ ଅତିଥିମାନେ ସମ୍ମାନୀତ କରିଥିଲେ ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୪/୨୦୨୩---୮,୪୦   Sakhigopal News, 23/4/2023

Blog Archive

Popular Posts