Breaking News

ଡିଏଭି ପବ୍ଲିକ୍ ସ୍କୁଲରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ



ଭଞ୍ଜନଗର:---- ଡିଏଭି ପିଟି.ଏସ୍ .ଆର୍ ପବ୍ଲିକ୍ ସ୍କୁଲ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀଙ୍କ ଉପସ୍ଥିତରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।ଏହି କାର୍ଯ୍ୟକ୍ରମକୁ ପରିଚାଳନା  କରିଥିଲେ ଓଡ଼ିଆ ଶିକ୍ଷକ ଶ୍ରୀ ଚିତ୍ତରଞ୍ଜନ ଆଚାର୍ଯ୍ୟ  ।ପ୍ରଧାନଶିକ୍ଷକଙ୍କ ଦ୍ବାରା ଦୀପ ପ୍ରଜ୍ଜ୍ବଳିତ କରାଯାଇ ଉତ୍କଳର ଗୌରବଙ୍କ ଫଟୋଚିତ୍ରରେ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା । ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଓଡ଼ିଆ ଶିକ୍ଷକ ଚିତ୍ତରଞ୍ଜନ ଆଚାର୍ଯ୍ୟ ଏହି ଦିବସର ମହତ୍ତ୍ବ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏହି ଦିବସର ମହତ୍ତ୍ବ ଓ ସ୍ବତନ୍ତ୍ର ଉତ୍କଳ ପ୍ରଦେଶର ଗଠନ ସମ୍ପର୍କରେ  ଅତିସୁନ୍ଦର ଭାବରେ ବକ୍ତବ୍ୟ ରଖିଥିଲେ ।  ଓଡ଼ିଶାକୁ ଏକ ସମୄଦ୍ଧ ରାଜ୍ୟରେ ଗଠନ କରିବାକୁ ଶପଥ କରିଥିଲେ । ଶେଷରେ ସୁଶ୍ରୀ ମୀରାରାଣୀ ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସର୍ବାଙ୍ଗସୁନ୍ଦର ହୋଇପାରିଥିଲା ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୪/୨୦୨୩----୮,୪୫ Sakhigopal News,28/4/2023

Blog Archive

Popular Posts