Breaking News

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମହାମାୟାଙ୍କ ମୂଲ୍ୟବାନ ସମ୍ପତି ଉଦ୍ଧାର ପାଇଁ ଆରମ୍ଭ ହେଲା ପ୍ରକିୟା ; ତିନିଦିନ ସମୟ ନେଲେ ଜମି ମିାଲିକ



 ସାକ୍ଷୀଗୋପାଳ,---- ୩୧୬ନଂଜାତୀୟ ରାଜପଥର ସାକ୍ଷୀଗୋପାଳ ନୂଆଗାଁ ଛକ ନିକଟରେ ବହୁ ମୂଲ୍ୟବାନ ସମ୍ପତି ମା ମହାମାୟାଙ୍କ ସମ୍ପତି ବେ ଆଇନ ଭାବେ କିଣା ବିକା କରାଯାଇଛି । ଜୟପୁର ମୌଜାର ପ୍ଳଟ ନଂ୫୬୨ ରକବା ୫୦ ଡିସିମିଲି । ଏହାକୁ ନେଇ ମହାମାୟା ଠାକୁରାଣୀଙ୍କ ଟ୍ରଷ୍ଟି ବୋର୍ଡର ସଭାପତି ସୋମନାଥ ସାହୁ ଏଣ୍ଡାମେଣ୍ଟ କମିଶନରଙ୍କ କୋର୍ଟରେ ହରିହର ବରାଳ ବେଆଇନ ଭାବେ ଜମି କିଣିଥିବା ନେଇ ଏକ କେସରୁଜ କରିଥିଲେ । ତାଙ୍କ ଅଭିଯୋଗକୁ ଗ୍ରହଣ କରି କମିଶନର ତୁରନ୍ତ ଉକ୍ତ ଜମି ଠାକୁରାଣୀଙ୍କ ଅଧିନକୁ ଆସିବା ପାଇଁ ନିର୍ଦ୍ଦେଶ ଦେବା ସହିତ ପୁରୀ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ତୁରନ୍ତ ଜମି ବେଦଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର କମିଶନଙ୍କର ନିୟମକୁ ନ ମାନିବାରୁ ପୁରୀ ଜିଲ୍ଲାପାଳଙ୍କ ନାମରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ମହାମାୟାଙ୍କ ଟ୍ରଷ୍ଟି ବୋର୍ଡର ସଭାପତିଶ୍ରୀ ସାହୁ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସତ୍ୟବାଦୀ ଅତିରିକ୍ତ ତହସିଲଦାର ପିୟଦର୍ଶି ରାଜେଶଙ୍କ ସହିତ ସତ୍ୟବାଦୀ ପୋଲିସ ଓ ସତ୍ୟବାଦୀ ଆରଆଇ ସଦଳବଳେ ଉକ୍ତ ଜମି ମାପଚୁପ କରିଥିଲେ । ଖଶଲି ପଡିଥିବା ଜମି ହରିହରବରାଳ ଛାଡି ଦେବା ସହିତ ଅନ୍ୟ ଜମି ଉପରେ ଘର କରି ବିଭିନ୍ନ ସାମଗ୍ରୀ ରହିଥିବାରୁ ଲିଖିତ ଭାବେ ତିନିଦିନ ସମୟ ନେଇଥିବା ଅତିରିକ୍ତ ତହସିଲଦାର ଶ୍ରୀ ରାଜେଶଙ୍କ ଠାରୁ ସୁଚନା ମିଳିଛି । ଅନ୍ୟ ପକ୍ଷେ  ସେଠାରେ ସାରଥୀବାବାଙ୍କ ଆଶ୍ରମ ରହିଥିବ।। ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୪/୨୦୨୩---୭,୧୦    Sakhigopal News , 5/4/2023


Blog Archive

Popular Posts