Breaking News

ଲୋଟସ ମଣ୍ଡପ ନିକଟରୁ ୭୬ଗ୍ରାମ ଧଳା ଜହର ଜବତ, ଜଣେ ଯୁବକ ଗିରଫ

 
ପିପିଲି ---ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାଡ଼ର ଉପ-ନିରିକ୍ଷକ ଶ୍ରୀ ସିଦ୍ଧେଶ୍ବର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ପିପିଲି ଥାନା ଅନ୍ତର୍ଗତ ଲୋଟସ ମଣ୍ଡପ ଦାଣ୍ଡମୁକୁନ୍ଦପୁର ସାମ୍ନାରେ ଚଢ଼ାଉ କରିଥିଲେ । ବାସୁଦେଇପୁର ଗ୍ରାମର 
ଦାମୋଦର ଦାସ,ବୟସ -41 ବର୍ଷ,ଥାନା - ପିପିଲି ଙ୍କୁ ଗିରଫ କରି ତାଙ୍କ ଠାରୁ 76(ଛଅସ୍ତରୀ) ଗ୍ରାମ ହିରୋଇନ ଜବତ କରିଛନ୍ତି। ଜିଲ୍ଲା ମୋବାଇଲ ସ୍କ୍ୱାଡ଼ କେସ ନଂ - 23/23-24 ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ତାଙ୍କର ଜାମିନ ନାମଞ୍ଜୁର ହେବାରୁ ପୁରୀ କlରଗlରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 7,60,000/- ଟଙ୍କାରୁ ଉର୍ଦ୍ଧ ହେବ। ଏହି ଚଢ଼ାଉରେ ଅବକାରୀ ASI ସୁବାଷ ଚନ୍ଦ୍ର ମହାପାତ୍ର, କର୍ମଚାରୀ ଶ୍ରୀ ପ୍ରଦୀପ୍ତ କୁମାର ପଣ୍ଡା, ଜଗନ୍ନାଥ ଦାସ, ଡଲିମଣୀ, ଦିପ୍ତୀରଂଜନ ଦାସ ପ୍ରମୁଖ ସାମିଲ ଥିଲେ । ପିପିଲି ରୁ ବିଜୟ କୁମାର ମହାପାତ୍ରଙ୍କ ରିପୋର୍ଟ,୨୦/୪/୨୦୨୩----୮,୪୫ Sakhigopal News,20/4/20233

Blog Archive

Popular Posts