ଭେଡେନ ବ୍ଲକ ସ୍ଥରୀୟ ବର୍ଣ୍ଣାଳୀ ପ୍ରଶିକ୍ଷଣ ଶିବିର ଉତଯାପିତ
ବରଗଡ଼--- ବରଗଡ଼ ଜିଲ୍ଲା ଜାଣ୍ଡୋଲ ଉଚ୍ଚ ବିଦ୍ୟାଳୟ ଠାରେ ତ୍ରି ଦିବସୀୟ ଭେଡେନ ବ୍ଲକ ସ୍ତରୀୟ ବର୍ଣ୍ଣାଳୀ ପ୍ରଶିକ୍ଷଣ ଶିବିର ଉତଯାପିତ ହୋଇଯାଇଛି l ଉଦଘାଟନୀ ଉତ୍ସବରେ ଭେଡେନ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ସଭାପତିତ୍ୱରେ କରିଥିଲେ। ମୁଖ୍ୟ ଅତିଥି ଭାବରେ ଓ. ସେ. ପା ଭୁବନେଶ୍ବର ର କଳ୍ପନା ମହାପାତ୍ର ଯୋଗ ଦେଇ ଗଣେଶ ଓ ବାଗଦେବୀ ମା ସରସ୍ବତୀଙ୍କ ଫଟୋ ଚିତ୍ରରେ ଧୂପ ଦୀପ ଓ ପୁଷ୍ପ ମାଲ୍ୟାର୍ପଣ କରି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଥିଲେ। ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ଯନ୍ତ ଏସ.ଏସ.ଟି. ପଢାଉ ଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ପ୍ରଶିକ୍ଷଣରେ ଯୋଗ ଦେଇଥିଲେ l ପ୍ରଶିକ୍ଷଣର ବିଷୟ ବସ୍ତୁ ଲିଙ୍ଗ ସମ୍ବେଦନ ଶୀଳତା ଓ ପାଠ୍ୟ କ୍ରମରେ ସଂଯୋଗୀକରଣ l ଶିକ୍ଷକ ଶିକ୍ଷୟତ୍ରୀ ମାନେ ତିନି ଦିନର ଶିକ୍ଷଣ ଅନୁଭୂତି, ବିଦ୍ୟାଳୟ ସ୍ତରରେ କାର୍ଯ୍ୟକାରିତା ଉପରେ ଆଲୋକପlତ କରିଥିଲେ l ଶିକ୍ଷକ ଦୁର୍ଗା ପ୍ରସାଦ ଷଡ଼ଙ୍ଗୀ ଓ ଶିକ୍ଷୟତ୍ରୀ ଜାନକୀ ବେହେରା ଅତି ସୁନ୍ଦର ଭାବେ ପ୍ରଶିକ୍ଷକ କାର୍ଯ୍ୟ ସମ୍ପାଦନା କରିଥିଲେ l ରାଜେଶ ମହାପାତ୍ର ଓ ଅରୁଣ କୁମାର ଭୋଇ ସଂଯୋଜନା କରିଥିଲେ । ଭେଡେନ ଅତିରିକ୍ତ ଶିକ୍ଷା ଅଧିକାରୀ ହେମବତୀ ମେହେର, ଅଭିମନ୍ୟୁ ଭୋଇ, ନରେନ୍ଦ୍ର ସେଟ, ଶିବଲାଲ ମେହେର, ଶିକ୍ଷକ ସତ୍ୟ ନାରାୟଣ ଗଡତିଆ, ଜାଣ୍ଡୋଲ ହାଇସ୍କୁଲ, ସି ଆର ସି ସି କ୍ଷିତେଶ୍ୱର ବେହେରା ଉଦଯାପନି ଦିବସ ରେ ଅତିଥି ଭାବେ ଯୋଗଦେଇଥିଲେ l ଗୁରୁଦେବ ତାଲମେଣ୍ଡା ହାଇସ୍କୁଲ ଗୁରୁ ଦେବ ତ୍ରିପାଠୀ, ଜାଣ୍ଡୋଲ ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ବ୍ଲକ ର ସମସ୍ତ ସି ଆର ସି ସି ମାନେ ସହଯୋଗ କରିଥିଲେ l ବି.ଇ. ଓ. ଶ୍ରୀ ମଲ୍ଲିକ ପ୍ରଶିକ୍ଷଣ ଶିବିରଟିକୁ ଅତି ସୁଦର ଭାବରେ ପରିଚାଳନା କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଶିବିର ପରିଚାଳନା ରେ ସହଯୋଗ କରିଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୩/୪/୨୦୨୩----୮,୧୦ Sakhigopal News 13/4/2023