Breaking News

କାଠ ଚୋରା ଚାଲାଣ ବେଳେ ବନବିଭାଗ ଚଢଉ , :ଜଣେ ଗିରଫ

 

ଭଞ୍ଜନଗର -- ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ବନାଞ୍ଚଳ ଅଧିନ ତିଳିସିଙ୍ଗି ସେକସନର ଚନ୍ଦ୍ରଗିରି ସଂରକ୍ଷିତ ଭାଗ ୧୧ରୁ ମୂଲ୍ୟବାନ ଗଛକୁ କାଟି ଧରି ଆସୁଥିବା ବେଳେ ବନବିଭାଗ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ଚଢ଼ାଉ କରିଥିଲେ ।  ଆସାମୀ କୁ ଗିରଫ କରିବା ସହ ଆଣୁଥିବା ମୂଲ୍ୟବାନ ବଲା କାଠକୁ ଜବତ କରିଛି ବନବିଭାଗ ।  ଗାଲେରୀ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣି ଅଧିକ ତଦନ୍ତ କରି ବୁଧବାର ଆସାମୀକୁ କୋର୍ଟ ଚାଲାଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ଶିବରାମ ନାୟକ ସୁଚନା ଦେଇଛନ୍ତି । ଗିରଫ ଆସାମୀ ହେଲେ ବେରିଆବାଡି ଗ୍ରାମର ସୁରେନ୍ଦ୍ର ନାୟକ । ଖବର ନେବାରେ  ଜଣାପଡିଛି  ତିଳିସିଙ୍ଗି ବନପାଳ ଶୁଭସ୍ଥିତା ପାତ୍ର ବେରୁଆଁବାଡି ବନରକ୍ଷୀ ପ୍ରଦିପ ବେହେରା ଓ ସ୍ମାର୍ଡ କର୍ମଚାରୀମାନେ ଚନ୍ଦଗିରି ଭାଗ ୧୧ରେ ପେଟ୍ରୋଲିଂ କରୁଥିବା ବେଳେ ସେହି ଜଙ୍ଗଲରୁ ୧୪ ଖଣ୍ଡ କଞ୍ଚା ଶାଳ ବଲା କାଠ ଧରି ଆସୁଥିବା ବେଳେ ପେଟ୍ରୋଲିଂ କରୁଥିବା ଟିମ ଏହି ଚଢ଼ାଉ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୪/୨୦୨୩----୯,୪୫ Sakhigopal News,26/4/2023

Blog Archive

Popular Posts