Breaking News

ଦିଲ୍ଲୀରୁ ପୁରସ୍କାର ନେଇ ଫେରିବା ପରେ , ସରପଞ୍ଚ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା



ଭଞ୍ଜନଗର - ସାମାଜିକ ସୁରକ୍ଷା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ଅନ୍ତର୍ଗତ କୁଲାଡ ପଞ୍ଚାୟତ କୁ ପୁରସ୍କାର ମିଳିଛି। ଦିଲ୍ଲୀ ଠାରେ ଦେଶର ଦ୍ବିତୀୟ ଶ୍ରେଷ୍ଠ ପୁରସ୍କାର ଦିଲ୍ଲୀରୁ ପୁରସ୍କାର ନେଇ ଫେରିବା ପରେ ସରପଞ୍ଚ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।  କୁଲାଡ ଠାରେ ସମ୍ବର୍ଦ୍ଧନା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। କୁଲାଡ ପଞ୍ଚାୟତ ସରପଞ୍ଚ ଭି. ସଂଯୁକ୍ତା ରାଜୁ  ପୁରସ୍କାର ଓ ଟ୍ରଫି ନେଇ କୁଲାଡ ଠାରେ ପହଞ୍ଚିବା ପରେ ଶହଶହ ସଂଖ୍ୟକ ପୁରୁଷ , ମହିଳା ଓ ଅଞ୍ଚଳବାସୀ ସ୍ବାଗତ ଜଣାଇ ଥିଲେ । ମା' ଉପରବାଗଦେବୀ  ଠାରୁ ଶୋଭାଯାତ୍ରା ବାହାରି ମା' ତଳବାଗଦେବୀ , ଜଗନ୍ନାଥ ମନ୍ଦିର ଏବଂ କୁଲାଡ ବଡ଼ଦାଣ୍ଡ ପରିକ୍ରମା କରିଥିଲେ ‌ । ଏହି ପୁରସ୍କାର ରାଜ୍ୟ ତଥା ଗଂଜାମ ଜିଲ୍ଲା ଏବଂ ଭଂଜନଗର ବ୍ଳକ ପାଇଁ ଗୌରବ ଆଣିଛି ବୋଲି ପୂର୍ବତନ ସରପଞ୍ଚ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି । ସାମାଜିକ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗତ ୨୦୨୧-୨୨ ବର୍ଷ ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁଲାଡ଼ ପଞ୍ଚାୟତ କୁ ଚୟନ କରାଯାଇଥିଲା। ଆସନ୍ତା ଦିନରେ ଆହୁରି ଅଧିକ କାର୍ଯ୍ୟ କରିବାକୁ ଉତ୍ସାହିତ କରିବ ବୋଲି ସମତିସଭ୍ୟ ପି.ରେଣୁକା ପାତ୍ର , ଭି. ରାଜୀବ ଲୋଚନ ରାଜୁ , ଭି. ସଞ୍ଜୀବ କୁମାର ରାଜୁ କହିଛନ୍ତି । ଆୟୋଜିତ ଶୋଭାଯାତ୍ରା ଉତ୍ସବ ରେ ପି. ରାମହରି ପାତ୍ର ,  ପୂର୍ବତନ ସମିତି ସଭ୍ୟ ଲକ୍ଷ୍ମୀ ପୃଷ୍ଟି , ସୁନିଲ୍ କୁମାର୍ ଦାସ୍ , ଗୋବିନ୍ଦ ସାହୁ , କେଳା ନାୟକ ଏବଂ ଶିବ ସାହୁ ଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ଅଞ୍ଚଳବାସୀ ସାମିଲ ହୋଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୪/୨୦୨୩---୭,୧୦ Sakhigopal News,22/4/2023

Blog Archive

Popular Posts