Breaking News

ତହସିଲଦାର ଓ ପୋଲିସ ଙ୍କ ବିରୁଧ ରେ କାର୍ଯ୍ୟାନୁଷ୍ଠାନ ଦାବିରେ, ଆଇଜିଙ୍କୁ ଭେଟିଲେ ହରିଜନ ମହିଳା




 
କଟକରୁ ---- ନୟାଗଡ଼ ଜିଲ୍ଲା ଗଣିଆ ତହସିଲଦାର ଜଣେ ଦଳିତ ମହିଳା ଙ୍କୁ ଦୁର୍ବ୍ୟବହାର ନେଇ ଗଣିଆ ଥାନାରେ ୨୫.୦୪.୨୩ ରିଖ ରେ ବିଳାସିନୀ ନାୟକ ନାମକ ଜଣେ ଦଳିତ ମହିଳା ଅଭିଯୋଗ କରିଥିଲେ। ଗଣିଆ ଥାନା ଅଧିକାରୀ ଆଜି ପର୍ଯ୍ୟନ୍ତ କୋୖଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସେ ଆଜି ପୋଲିସ ଆଇଜିଙ୍କୁ ଭେଟି ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉକି ସରକାରୀ ଜାଗାରେ ଘର କରିଥିବା ନେଇ ଗଣିଆ ତହସିଲଦାର ବିଳାସିନୀ ନାୟକ ଙ୍କର ବେଆଇନ ଘର କୁ ଜେସିବି ଲଗାଇ ଭାଙ୍ଗି ଦେଇଥିଲେ। ଏପଟେ ବିଳାସିନୀ ନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ମୋ ପରିବାର ଦିର୍ଘ ୫୦ ବର୍ଷ ହେଲାଣି ସେଠାରେ ରହି ଆସୁଥିଲୁ। କିନ୍ତୁ ଆକ୍ରୋଶ ମୂଳକ ଭାବେ ତହସିଲଦାର ଆମ୍ଭ ଘର ଭାଙ୍ଗି ଦେଲେ। ଆମ୍ଭେ ଗଛ ମୂଳେ ୧୫ ଦିନ ହେଲାଣି ରହିଲୁଣି। ତହସିଲଦାର ଆମ କୁ ଖରାପ ବ୍ୟବହାର ସହ ଆମ୍ଭ ଜାତି କୁ ନେଇ ଅନେକ ଆଶାଳିନ ବ୍ୟବହାର କରିଛନ୍ତି।ଆମ୍ଭ ପରିବାରର ସଦସ୍ୟ ମାନଙ୍କୁ ଗଣିଆ ଥାନା ଅଧିକାରୀ ଆଜି ସକାଳେ ଜୋର ଜବରଦସ୍ତ ଥାନା କୁ ନେଇ ଅଟକ ରଖି ଅପରାହ୍ନ ରେ ଛାଡିଥିଲେ।ତେବେ ଅସ୍ଥାୟୀ ଭାବେ ରହୁଥିବା ପାଲ ଏବଂ ଆସବା ପତ୍ରକୁ ଗଣିଆ ଥାନା ଅଧିକାରୀ ନେଇ ରଖିଛନ୍ତିି।  ସୂଚନା ଯୋଗ୍ୟଯେ ଗଣିଆ ତହସିଲଦାର ଏବଂ ପୋଲିସ ର ଦମନନୀତିକୁ ନେଇ ଅତିଷ୍ଠ ହୋଇ ଯାଇଛନ୍ତି ପରିବାର ।  ଆର,ଏସପି ର ରାଷ୍ଟ୍ରୀୟ ସଭାପତି କୁଞ୍ଜ ବିହାରୀ ବେହେରା ଙ୍କ ନେତୃତ୍ୱରେ ଏକ ଟିମ ପୋଲିସ ଆଇଜି କଟକଙ୍କୁ  ଭେଟି ଅଭିଯୋଗ କରିଛନ୍ତି । ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୯/୪/୨୦୨୩----୯,୧୦ Sakhigopal News,29/4/2023

Blog Archive

Popular Posts